You are currently viewing ହସ୍ପିଟାଲରେ ଭର୍ତ୍ତି ହେଲେ ସଚିନ

ହସ୍ପିଟାଲରେ ଭର୍ତ୍ତି ହେଲେ ସଚିନ

ନୂଆଦିଲ୍ଲୀ, ଡାକ୍ତରଖାନାରେ ଭର୍ତ୍ତି ହେଲେ ସଚିନ ତେନ୍ଦୁଲକର । ତେବେ ସୂଚନା ଅନୁସାରେ, ସଚିନଙ୍କର କିଛି ଦିନ ପୂର୍ବେ କରୋନା ଭାଇରସ ଲକ୍ଷଣ ଦେଖାଯିବାରୁ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ତାଙ୍କର କରୋନା ସକରାତ୍ମକ ଚିହ୍ନଟ ହୋଇଥିଲା । କରୋନା ସକରାତ୍ମକ ଚିହ୍ନଟ ହେବା ପରେ ସଚିନ ହୋମ କ୍ୱାରେଣ୍ଟାଇନରେ ରହୁଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସଚିନ । ଏନେଇ ସଚିନ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ଏହା ସହ ଟିମ ଇଣ୍ଡିଆର ବିଶ୍ୱକପ୍ ବିଜୟର ୧୦ମ ବାର୍ଷିକୀ ପାଇଁ ସବୁ ଭାରତୀୟ ସହିତ ଭାରତୀୟ କ୍ରିକେଟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।