You are currently viewing ଟୋକିଓ ଅଲିମ୍ପିକ୍ସ: ରବି ଦାହିୟାଙ୍କୁ ରୌପ୍ୟ

ଟୋକିଓ ଅଲିମ୍ପିକ୍ସ: ରବି ଦାହିୟାଙ୍କୁ ରୌପ୍ୟ

ଟୋକିଓ-୦୫.୦୮.୨୦୨୧, ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ମୀରାବାଇ ଚାନୁଙ୍କ ପରେ ଭାରତକୁ ଆଉ ଏକ ରୌପ୍ୟ ପଦକ ଦେଲେ ରବି ଦାହିୟା । ୫୭କେଜି ବର୍ଗ କୁସ୍ତିରେ ଭାରତର ରବି ଦାହିୟାଙ୍କୁ ମିଳିଲା ରୌପ୍ୟ ପଦକ । ପୁରୁଷ ରେସଲିଂ ଫାଇନାଲରେ ରୁଷିଆ ଅଲିମ୍ପିକ୍ସ କମିଟିର ଜାଭୁର ଉଗୁଏବଙ୍କ ଠାରୁ ହାରିଲେ ରବି । ୭-୪ ପଏଣ୍ଟରେ ରବି ହାରିଯାଇଛନ୍ତି । ମ୍ୟାଚରେ ପରାଜୟ ପରେ ରବି ଦାହିୟାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ।
ଅନ୍ୟପଟେ ପୁରୁଷ ଫ୍ରିଷ୍ଟାଇଲ୍ ବର୍ଗରେ ଦୀପକ ପୁନିଆ ମଧ୍ୟ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ଅଛି।

ଅନ୍ୟମାନଙ୍କୁ ଜଣାନ୍ତୁ।