You are currently viewing ଭାରତ ଏବଂ ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟ: ୭ ଓ୍ବିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା

ଭାରତ ଏବଂ ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟ: ୭ ଓ୍ବିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା

  • Post category:କ୍ରୀଡା
  • Reading time:1 mins read

ଜୋହାନ୍ସବର୍ଗ-୦୭.୦୧.୨୦୨୨, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ୭ ଓ୍ବିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ଆସନ୍ତା ୧୧ ତାରିଖରେ ଆରମ୍ଭ ହେବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ ମ୍ୟାଚ୍, ଏହି ମ୍ୟାଚ୍ ଫଳାଫଳ ନିର୍ଦ୍ଧାରଣ କରିବ।
ବର୍ଷା ଯୋଗୁଁ ଦ୍ଵିତୀୟ ଟେଷ୍ଟ ମ୍ୟାଚ ର ଚତୁର୍ଥ ଦିବସର ଖେଳ ବିଳମ୍ବ ହୋଇଥିଲା। ପ୍ରବଳ ବର୍ଷା ପାଇଁ ପାଖାପାଖି ୬ ଘଣ୍ଟା ଖେଳ ବନ୍ଦ ହୋଇଥିଲା। ତାପରେ ଖେଳ ଆରମ୍ଭ ହୋଇଥିଲା । ଦ୍ବିତୀୟ ଇନିଂସରେ ବିଜୟ ପାଇଁ ଘରୋଇ ଦଳକୁ ୨୪୦ରନର ଆବଶ୍ୟକତା ଥିବା ବେଳେ ସହଜରେ ହାସଲ କରିନେଇଛି ଦକ୍ଷିଣ ଆଫ୍ରିକା ।
ଦଳ ପକ୍ଷରୁ ଆଇଡେନ୍‌ ମାର୍କରମ୍‌ ୩୧ ରନ କରିଥିବା ବେଳେ ଅଧିନାୟକ ଡିନ୍‌ ଏଲ୍‌ଗାର ଅପରାଜିତ ୯୬ରନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେହିପରି ପିଟରସେନ୍‌ ୨୮ ରନ, ଲ ରାସେ ଭାନ୍ ଡର୍‌ ଦୁସେନ୍‌ ୪୦ ରନ, ତେମ୍ବା ବାଭୁମା ୨୩ ରନ କରିଛନ୍ତି । ଭାରତ ପକ୍ଷରୁ ମହମ୍ମଦ ସାମୀ, ଶାର୍ଦ୍ଦୁଲ ଠାକୁର ଏବଂ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।