You are currently viewing ଓସିଏ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ

ଓସିଏ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ

  • Post category:କ୍ରୀଡା
  • Reading time:1 mins read

କଟକ (୨୧.୧୦.୨୨) : ଆଜି ଓସିଏ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ । ଆଶୀର୍ବାଦ ବେହେରାଙ୍କ ପ୍ୟାନେଲରୁ ୩ ଜଣ ପାର୍ଥୀ ଚୁଡାନ୍ତ ହୋଇସାରିଛନ୍ତି । ସଭାପତି ପଦରେ ପ୍ରଣବ ପ୍ରକାଶ ଦାସ , ଉପସଭାପତି ପ୍ରାର୍ଥୀ ଭାବେ ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ପଦ ପାଇଁ ସଞ୍ଜୟ ବେହେରାଙ୍କ ନାଁ ସ୍ଥିର କରିସାରିଛି ପ୍ୟାନେଲ ।

 ତେବେ ବାକି ୩ ଟି ପଦ ରହିଛି ତାକୁ ନେଇ ଏବେବି ଛକାପଞ୍ଝା ଜାରି ରହିଛି।ଆସନ୍ତା ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଓ ୨୩ ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ତେଣୁ ୨୨ତାରିଖରେ କେତେ ଜଣ ନିର୍ଦ୍ବନ୍ଦ୍ବରେ ନିର୍ଵାଚିତ ହେଵେ ତାହା ସ୍ପଷ୍ଟ ଜଣାପଡିଵ।

ଯଦି ବିରୋଧୀ ପାର୍ଥୀ ନାମାଙ୍କନ ନଭରନ୍ତି ତେବେ ପ୍ରଣବ,ସଞ୍ଜୟ ଓ ପଙ୍କଜ ନିର୍ଦ୍ୱନ୍ଦ୍ବରେ ନିର୍ଵାଚିତ ହେଵେ। ଯଦି କୌଣସି ପଦ ପାଇଁ ଏକାଧିକ ପ୍ରାର୍ଥୀ ନାମାଙ୍କନ କରନ୍ତି ତେଵେ ତେବେ ୨୮ ରେ ଓସିଏ ନିର୍ବାଚନ ହେବ। ଏହି ନିର୍ଵାଚନରେ ମୋଟ ୭୩ଜଣ ଭୋଟର ଅଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।