You are currently viewing ଟି-୨୦ ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲ, ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ

ଟି-୨୦ ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲ, ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ

  • Post category:କ୍ରୀଡା
  • Reading time:1 mins read

ଦୁବାଇ-୧୧.୧୧.୨୦୨୧,  ଆଜି ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ । ଫାଇନାଲରେ ପ୍ରବେଶ କରିବା ପାଇଁ ଆଜି ମୁଁହାମୁହିଁ ହେବେ ଅଷ୍ଟ୍ରେଲିଆ ଓ ପାକିସ୍ତାନ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ସାଢ଼େ ୭ଟାରେ ଏହି ମୁକାବିଲା ହେବ। ୫ଥର ଦିନିକିଆ ବିଶ୍ୱକପ୍‌ ଟାଇଟଲ ଜିତି ସାରିଥିବା ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଚାମ୍ପିଅନ ହୋଇନାହିଁ ।ତେବେ ଚଳିତ ଥର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଟାଇଟଲ ଜିତିବା କୁ ଚେଷ୍ଟା କରିବ। ଅନ୍ୟପଟେ ଲିଗ୍‌(ସୁପର-୧୨) ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍‌ ଜିତିବା ପରେ ପାକିସ୍ତାନର ମନୋବଳ ଶିଖର ଛୁଇଁଛି ।  ଦଳର ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି ।
ସେପଟେ ବିଶ୍ୱକପ୍‌ରେ ପାକିସ୍ତାନ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆକୁ ହରାଇ ପାରି ନାହିଁ । ୧୯୮୭ ଦିନିକିଆ ବିଶ୍ୱକପ୍‌ ସେମି ଫାଇନାଲ୍‌, ୧୯୯୯ ବିଶ୍ୱକପ୍‌ ଫାଇନାଲ୍‌, ୨୦୧୦ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମି ଫାଇନାଲ୍‌ ଓ ୨୦୧୫ ଦିନିକିଆ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ପାକିସ୍ତାନ ପରାଜିତ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।