You are currently viewing ଅଜି ଭାରତ – ଶ୍ରୀଲଙ୍କା ମୁକାବୁଲା

ଅଜି ଭାରତ – ଶ୍ରୀଲଙ୍କା ମୁକାବୁଲା

  • Post category:କ୍ରୀଡା
  • Reading time:1 mins read

ଦୁବାଇ(୬.୯.୨୨): ଏସିଆ କପ୍‌ରେ ଆଜି ଭାରତ ଶ୍ରୀଲଙ୍କା ଖେଳିବେ । ଏହି ମ୍ୟାଚ୍‌ଟି ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ମ୍ୟାଚ୍ ଭାରତ ପାଇଁ କର ବା ମର ପରିସ୍ଥିିତି ସୃଷ୍ଟି କରିଛି । ସୁପର ୪ର ପ୍ରଥମ ମୁକାବୁଲାରେ ଭାରତ ପାକିସ୍ତାନ ଠାରୁ ୫ ୱିକେଟ୍‌ରେ ପରାସ୍ତ ହୋଇଛି । ତେବେ ଆଜିର ମ୍ୟାଚ୍ ଜିତିବା ଭାରତ ପାଇଁ ଜରୁରୀ । ଶ୍ରୀଲଙ୍କା ବିପକ୍ଷରେ ମୁକାବୁଲା ପାଇଁ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ । ସେହିପରି ଅସୁସ୍ଥ ଥିବା ଅଭେଶ ଖାନ୍ ଦଳକୁ ଫେରିବେ କି ନାହିଁ ତାହା ଉପରେ ନଜର ରଖାଯାଇଛି । ଉଭୟ ଦଳ ଶ୍ରୀଲଙ୍କା ପରସ୍ପରକୁ ୨୫ ଥର ଭେଟିଛନ୍ତି । ଭାରତ ୧୭ ଟିରେ ବିଜୟୀ ହୋଇଥିବା ବେଳେ କେବଳ ୭ ଟି ମ୍ୟାଚ୍ ଜିତିଛି ଶ୍ରୀଲଙ୍କା । ତେବେ ଏସିଆ କପରେ ଆଫଗାନୀସ୍ଥାନକୁ ହରାଇଥିଲା ଶ୍ରୀଲଙ୍କା ।

ଅନ୍ୟମାନଙ୍କୁ ଜଣାନ୍ତୁ।