You are currently viewing ସୁଟିଂରେ ଭାରତକୁ ଆଉ ଦୁଇଟି ପଦକ ଦେଲେ ମନୀଷ ଓ ସିଂହରାଜ

ସୁଟିଂରେ ଭାରତକୁ ଆଉ ଦୁଇଟି ପଦକ ଦେଲେ ମନୀଷ ଓ ସିଂହରାଜ

ଟୋକିଓ-୦୪.୦୯.୨୦୨୧, ଟୋକିଓ ପାରାଲିମ୍ପିକ୍ସରେ ସୁଟିଂରେ ଭାରତକୁ ଆଉ ଦୁଇଟି ପଦକ । ମିକ୍ସଡ ୫୦ ମିଟର ସୁଟିଂରେ ଭାରତକୁ ଦୁଇଟି ପଦକ । SH-1 ବର୍ଗରେ ମନୀଷ ନରୱଲଙ୍କୁ ସ୍ବର୍ଣ୍ଣ ଓ ସିଂହରାଜଙ୍କୁ ରୌପ୍ୟ ପଦକ । ବ୍ୟକ୍ତିଗତ ଭାବେ ସିଂହରାଜ ଜିତିଲେଣି ଦୁଇଟି ପଦକ । ଏହା ସହ ଭାରତର ପଦକ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।
ସୂଚନା ଅନୁସାରେ, ଆଜି ‘ପି୪ ମିକ୍ସ୍‌ଡ୍‌’ ୫୦ ମିଟର୍‌ ପିସ୍ତଲ ଚାଳନା ପ୍ରତିଯୋଗିତାରେ ଭାରତର ମନୀଷ ନରୱାଲ୍‌ ୨୧୮.୨ ପଏଣ୍ଟ ସ୍କୋର୍‌ କରି ରେକର୍ଡ କରିବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି, ପ୍ରତିଯୋଗିତାରେ ୨୧୬.୭ ପଏଣ୍ଟ ସ୍କୋର୍‌ କରି ପିସ୍ତଲ ଚାଳକ ସିଂହରାଜ ଅଧାନା ରୌପ୍ୟ ପଦକ ହାସଲ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟ କରି ଦୁଇ ଖେଳାଳିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ମନୀଷ ଓ ସିଂହରାଜଙ୍କ ପାଇଁ ପୁରସ୍କାର ଘୋଷଣା କଲେ ହରିୟାଣା ସରକାର । ମନୀଷଙ୍କୁ ୬ କୋଟି ଓ ସିଂହରାଜଙ୍କୁ ୪ କୋଟି ଟଙ୍କାର ପୁରସ୍କାର ଘୋଷଣା । ଉଭୟଙ୍କୁ ସରକାରୀ ଚାକିରି ମଧ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।