You are currently viewing ଆଜିଠୁ ୧୯ବର୍ଷରୁ କମ କ୍ରିକେଟ ବିଶ୍ୱକପ

ଆଜିଠୁ ୧୯ବର୍ଷରୁ କମ କ୍ରିକେଟ ବିଶ୍ୱକପ

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ-୧୪.୦୧.୨୦୨୨,  ଆଜିଠୁ ୧୯ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ । ୱେଷ୍ଟଇଣ୍ଡିଜ୍‌ରେ ଏହି ୧୯ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌  ଖେଳାଯିବ।  ୱେଷ୍ଟଇଣ୍ଡିଜ୍‌ ଓ ଅଷ୍ଟ୍ରେଲିଆ (ଗ୍ରୁପ୍‌-ଡି) ଆଜି ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବେ । ଚାରିଥର ଚାମ୍ପିଅନ୍‌ ଭାରତ ଆସନ୍ତା ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟାଇଟଲ ଅଭିଯାନ ଆରମ୍ଭ କରିବ ।
୧୯ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ରେ ମୋଟ ୧୬ ଟି ଦଳ ଭାଗ ନେଉଥିବାବେଳେ ମୋଟ ୪୮ଟି ମ୍ୟାଚ୍‌ ଖେଳାଯିବ । ଏହି ବିଶ୍ଵକପର ଫାଇନାଲ ମ୍ୟାଚ ଫେବୃଆରୀ ୫ରେ ଅନୁଷ୍ଠିତ ହେବ ।
ଏହି ୧୬ଟି ଟିମକୁ ୪ ଭାଗରେ ବିଭକ୍ତ କରାଯାଇଛି । ଟିମ ଏ ରେ ବାଂଲାଦେଶ, କାନାଡା, ଇଂଲଣ୍ଡ, ୟୁଏଇ ରହିଛି । ସେହିପରି ଗ୍ରୁପ ବି ରେ ଭାରତ, ଦକ୍ଷିଣ ଆଫ୍ରିକା, ଆୟାରଲ୍ୟାଣ୍ଡ, ୟୁଗାଣ୍ଡା ରହିଛି । ଗ୍ରୁପ୍ ସି ରେ  ଆଫଗାନିସ୍ତାନ, ପାକିସ୍ତାନ, ପାପୁଆ ନ୍ୟୁ ଗୁଇନା ଏବଂ ଜିମ୍ବାୱେ ରହିଛି  । ଗ୍ରୁପ୍ ଡି ରେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ସ୍କଟଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ରହିଛି ।

୧୯ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭାରତ ୨୦୦୦ମସିହାରେ ୨୦୦୮, ୨୦୧୨ ଏବଂ ୨୦୧୮ରେ ଚାମ୍ପିଅନ୍‌ ରହିଛି ।
ଭାରତୀୟ ଦଳ: ୟଶ୍‌ ଧୁଲ (ଅଧିନାୟକ), ହାରନୁର ସିଂହ, ଅଙ୍ଗ୍‌କ୍ରିସ୍‌ ରଘୁବଂଶି, ଏସ୍‌କେ ରସିଦ (ଉପଅଧିନାୟକ), ନିଶାନ୍ତ ସିନ୍ଧୁ, ସିଦ୍ଧାର୍ଥ ଯାଦବ, ଅନୀଶ୍ୱର ଗୌତମ, ଦିନେଶ ବାନା, ଆରାଧ୍ୟା ଯାଦବ, ରାଜ ଅଙ୍ଗଦ ବାୱା, ମାନବ ପରଖ, କୁଶାଲ ତାମ୍ବେ, ଆର୍‌ଏସ୍‌ ହାଙ୍ଗରେଗକର, ବାସୁ ବତ୍ସ, ଭିକି ଓସ୍ତ୍ୱାଲ, ରବିକୁମାର, ଗର୍ବ ସାଙ୍ଗୱାନ୍‌ ।

ଅନ୍ୟମାନଙ୍କୁ ଜଣାନ୍ତୁ।