You are currently viewing ଶତକ ହାସଲ କଲେ ବିରାଟ

ଶତକ ହାସଲ କଲେ ବିରାଟ

  • Post category:କ୍ରୀଡା
  • Reading time:1 mins read

ଦୁବାଇ(୯.୯.୨୨) : ଟି-୨୦ରେ ଏହା ବିରାଟଙ୍କ ପ୍ରଥମ ଶତକ । ସେହିପରି ଦୀର୍ଘ ୧୦୨୦ ଦିନ ପରେ ବିରାଟ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି । ସେ ଶେଷ ଥର ପାଇଁ ୨୦୧୯ରେ ନଭେମ୍ବର ମାସରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିଥିଲେ । ଏହା ପରଠାରୁ ସେ ନିଜ ଫର୍ମକୁ ନେଇ ଅନେକ ସମାଲୋଚନାର ଶିକାର ହୋି ଚାଲିଥିଲେ । ହେଲେ ଆଜି କିଙ୍ଗ କୋହିଲି ଶତକ ହାସଲ କରିଛନ୍ତି । ସେଆଜି ମାତ୍ର ୬୧ ଟି ବଲରେ ୧୨୨ ରନର ଇଂନିଙ୍ଗସ ଖେଳିଛନ୍ତି । ଏହା ଦ୍ୱାରା ବ୍ୟାଟର ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି ବିରାଟ । ଏବେ ତାଙ୍କୁ ଅତିକ୍ରମ କରିବା ପାଇଁ ବିରାଟଙ୍କ ପାଖରେ ସୁଯୋଗ ରହିଛି । ସଚିନ ୬୬୪ ମ୍ୟାଚ ଖେଳି ଆନ୍ତର୍ଜାତୀୟ କ୍ରିକେଟରେ ୧୦୦ଥର ୧୦୦ରୁ ଅଧିକ ରନ୍ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।