ପ୍ରଶାସନର ମନମୁଖୀ କାର୍ଯ୍ୟ ଅଭିଯୋଗରେ ଇସ୍ତଫା ଦେବେ ୧୯ ସରପଞ୍ଚ
କେନ୍ଦୁଝର ଜିଲ୍ଲା ତେଲକୋଇରେ ବ୍ଲକ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ଭିତରେ ଚାଲିଥିବା ତୁତୁ-ମେମେ ଚରମ ସୀମାରେ ପହଞ୍ଚିଛି। ଏହି ବ୍ଲକର ୨୨ରୁ ୧୯ ଜଣ ସରପଞ୍ଚ ସାମୁହିକ ଇସ୍ତଫା ଦେବା ପାଇଁ ପ୍ରଥମେ ବ୍ଲକ, ପରେ ଜିଲ୍ଲାପାଳ ଅଫିସ ଘୂରି ବୁଲିଥିଲେ ବି ଏଥିରେ ସଫଳ ହୋଇପାରି ନାହାନ୍ତି।