ଆଇସିସି ଦିନିକିଆ ବିଶ୍ୱକପ: ଟକ୍କର ଦେବେ ଭାରତ-ଶ୍ରୀଲଙ୍କା 

  • Post category:କ୍ରୀଡା
  • Reading time:1 mins read

ଚଳିତ ଆଇସିସି ଦିନିକିଆ ବିଶ୍ୱକପ୍‌ରେ ଭାରତ ଆଜି ତାର ୭ମ ମ୍ୟାଚ ଶ୍ରୀଲଙ୍କା ସହ ଖେଳିବ। ମୁମ୍ବାଇର  ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ପରସ୍ପରକୁ ସାମ୍ନା କରିବେ ଦୁଇ ଦଳ। ପୂର୍ବ ମ୍ୟାଚଗୁଡ଼ିକରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ହରାଇ ଟୁର୍ନାମେଣ୍ଟରେ ଏକମାତ୍ର ଦଳ ଭାବେ ଅପରାଜେୟ ରହିଛି ଟିମ୍‌ ଭାରତ।ଯଦି ଆଜିର ଏହି ମ୍ୟାଚ ଭାରତ ଜିତିବ ତେବେ ସେମିଫାଇନାଲ ପ୍ରବେଶ ନିଶ୍ଚିତ ହୋଇଯିବ। ସେହିପରି  ଅନ୍ୟପକ୍ଷରେ ଯଦି ଶ୍ରୀଲଙ୍କା ପରାଜିତ ହେଉଛି ତେବେ ଚଳିତ ବର୍ଷ ଶ୍ରୀଲଙ୍କାର ବିଶ୍ୱକପ୍‌ ଅଭିଯାନ ଏକପ୍ରକାର ଶେଷ ହେବ।

Continue Readingଆଇସିସି ଦିନିକିଆ ବିଶ୍ୱକପ: ଟକ୍କର ଦେବେ ଭାରତ-ଶ୍ରୀଲଙ୍କା