ବାଲିଗୁଡ଼ା, ଏକ ଚଳନ୍ତା ଘରୋଇ ବସ୍ରେ ହଠାତ୍ ନିଆଁ ଲାଗିଥିଲା । ବସ୍ଟି ଜଳି ଯାଇଥିଲେ ମଧ୍ୟରେ ସେଥିରେ ଥିବା ଯାତ୍ରୀଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଧୁଙ୍ଗିଆଦିଆ ଘାଟିରେ ଘଟିଛି ଏହି ଦୁର୍ଘଟଣା । ସୂଚନାଥାଉକି, ବସ୍ଟି ପାଖାପାଖି ୩୦ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା । ହଠାତ୍ ସଟ୍ସର୍କିଟ କାରଣରୁ ବସ୍ରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ମାତ୍ରେ ସମସ୍ତ ଯାତ୍ରୀ ବସ୍ରୁ ଓହ୍ଲାଇ ପଡ଼ିଥିଲେ । କାହାର ଜୀବନ ନଯାଇଥିଲେ ମଧ୍ୟ ଯାତ୍ରୀମାନଙ୍କର ଜିନିଷପତ୍ର ସବୁ ପୋଡ଼ି ପାଉଁସ ହୋଇଯାଇଛି ।