You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୨ ମୃତ ।
୨. ଆଜି ହେଉଛି ଯୁବଶକ୍ତିର ଆଦର୍ଶ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ।
୩. ଆଜି ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ କରୋନା ଟିକା । ସ୍ବତନ୍ତ୍ର ସ୍ପାଇସ ଜେଟ ବିମାନରେ ପୁଣେରୁ ଭୁବନେଶ୍ବର ଆସୁଛି ଟିକା ।
୪. ରାଜ୍ୟର ସମସ୍ତ ଆଇନଜୀବୀ ସଂଘର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୭ରେ ଅନୁଷ୍ଠିତ ହେବ। ଏ ନେଇ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
୫. ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଘଟଣାକୁ ନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ନୋଟିସ୍, ଫେବ୍ରୁଆରୀ ୧୧ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ହୋଇଛି ନିର୍ଦ୍ଦେଶ, ଏନ୍‌ଜିଟିଙ୍କ ନୋଟିସ୍‌ ନେଇ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ସୂଚନା ।
୬. ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା ପରେ , ବିଧବା ହୋଇଛନ୍ତି ବୃଦ୍ଧଙ୍କ ୭ ସ୍ତ୍ରୀ ଏଭଳି ଏକ ଘଟଣା ଘଟିଛି ବିଡାନାସୀ ତଅଁଳା ସାହିରେ ।

୭. କଟକ ପରେ ଏବେ ରାଜଧାନୀ ଭୁବନେଶ୍ୱରର ସୁନ୍ଦରପଦାର କୈବଲ୍ୟ ନଗରରେ ନକଲି ଘିଅ ଫ୍ୟାକ୍ଟ୍ରି ଠାବ ହୋଇଥିବା ସୂଚନା ମିଳିଛି । ଏୟାରପୋର୍ଟ ପୋଲିସ ଓ QAT ର ମିଳିତ ଚଢ଼ାଉରେ ଏହି ନକଲି କାରଖାନା ଠାବ କରାଯାଇଛି
୮. ରାସ୍ତା କଡ଼ରୁ ଉଦ୍ଧାର ହୋଇଛି ମହିଳାଙ୍କ ମୃତ ଶରୀର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ନୂଆପୋଖରୀ ଗାଁ ରାସ୍ତା କଡ଼ରେ ।
୯. କଂଟାବାଞ୍ଜିରେ ନକଲି ମିକ୍ସଚର କାରଖାନା ଠାବ, ୬ଟି ସ୍ଥାନରେ ପ୍ରଶାସନର ଚଢ଼ଉ ।

୧୦. ରାଜ୍ୟରେ କମିଛି ଶୀତର ପ୍ରକୋପ । ଜାନୁଆରୀରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ରେକର୍ଡ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।