You are currently viewing ସାଇବର ଠକେଇ ପ୍ରତି ସତର୍କ ରହିବାକୁ ପୋଲିସ ଡିଜିଙ୍କ ପରାମର୍ଶ

ସାଇବର ଠକେଇ ପ୍ରତି ସତର୍କ ରହିବାକୁ ପୋଲିସ ଡିଜିଙ୍କ ପରାମର୍ଶ

ଭୁବନେଶ୍ୱର -୨୦.୦୫.୨୦୨୧, ରାଜ୍ୟରେ କରୋନା ସଂକ୍ରମଣ କାୟା ବିସ୍ତାଲର କରିଥିବା ବେଳେ ସଂକ୍ରମଣକୁ ଏଡାଇବା ପାଇଁ ଲକଡାଉନ ସଟଡାଉନ ଭଳି ପଦକ୍ଷେପ ନିଆଯାଇଛି । ଏଭଳି ପରିସ୍ଥିତିରେ ରାଜ୍ୟରେ ମାତିଛନ୍ତି ସାଇବର କ୍ରିମିନାଲ । ଲୋକଙ୍କୁ ଫ୍ରି କୁପନ, ଲଟେରୀର ପ୍ରଲୋଭନ ଦେଖାଇ ଲୁଟୁଛନ୍ତି । ଏନେଇ ସାଇବର କ୍ରିମିନାଲଙ୍କ ପ୍ରତି ସତର୍କ ରହିବାକୁ ପୋଲିସ ଡିଜି ଅଭୟ ପରାମର୍ଶ ଦେଇଛନ୍ତି। ଟିକା,ଅକ୍ସିଜେନ, ଔଷଧ , ଟେଲିମେଡିସିନରେ ଅଧିକ ଠକେଆ ହେଉଥିବା କହିଲେ ଡିଜିପି । ଏହା ସହ ଅନଲାଇନ ଖାଦ୍ୟ ପଦାର୍ଥରେ ମଧ୍ୟ ଠକେଇ ହେଉଛି। ଟିକା ପାଇଁ କେବଳ କୋୱିନ, ଆରୋଗ୍ୟ ସେତୁ, ଉମଙ୍ଗ ଆପରେ ହିଁ ରେଜିଷ୍ଟ୍ରେସନ କରନ୍ତୁ । ଯେଉଁଠାରେ ଅକ୍ସିଜେନ ଓ ଟେଲିମେଫଡିସିନ ପାଇଁ ଆଗୁଆ ପ଼ଇସା ଦେବାକୁ କୁହାଯାଉଛି ସେଠାରେ ଭଲ ଭାବେ ଚେକ କରନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।