dipa

ଦୀପାବଳି ଦିନ ଘରର ଏହି ସବୁ ସ୍ଥାନରେ ଦୀପ ଲଗାନ୍ତୁ, ଦୂର ହେବ ଧନର ଅଭାବ

ଆସନ୍ତାକାଲି ପାଳନ କରାଯିବ ଆଲୋକର ପର୍ବ ଦୀପାବଳି । ଏନେଇ ଘରେ ଘରେ ସାଜସଜ୍ଜା ମଧ୍ୟ ହୋଇସାରିଲାଣି । ଏହି ଆଲୋକର ପର୍ବ ଦୀପାବଳିକୁ ଲୋକେମାନେ ଅତ୍ୟନ୍ତ ଆନନ୍ଦର ସହ ପାଳନ କରିଥାନ୍ତି । ଏହି ଦିନ ମା’ ଲକ୍ଷ୍ମୀଙ୍କ ପୂଜା ବିଧି-ବିଧାନର ସହ କରାଯାଇଥାଏ । ଏଥିସହ ଘରର ଚାରିଆଡେ ଦୀପ ଲଗାଇ ଆଲୋକିତ କରାଯାଇଥାଏ । ମାନ୍ୟତା ରହିଛି ଏହି ଦିନ ତେଲ ଘିଅରେ ଦୀପ ଜଳାଯାଇଥାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଦୀପାବଳି ଦିନ ରାତିରେ ଘରର କେଉଁ କେଉଁ ସ୍ଥାନରେ ଦୀପ ଜଳାଇ ରଖିବା ଉଚିତ୍‌, ଯାହାଦ୍ୱାରା ଧନ ସମ୍ପତିର ଅଭାବ ଦେଖାଯାଇନଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସ୍ଥାନରେ ଦୀପ ଲଗାଇବା ଉଚିତ୍ ।

-ଦୀପାବଳି ରାତିରେ ସମସ୍ତଙ୍କ ଘରେ ଦୀପ ଜଳିଥାଏ କିନନ୍ତୁ ଧ୍ୟାନ ରଖନ୍ତୁ ଏହି ଦିନ ଆପଣ ଘର ମୁଖ୍ୟ ଦ୍ୱାରର ଦୁଇ ପାଶ୍ୱର୍ରେ ଦୀପ ଜଳାନ୍ତୁ । ମାନ୍ୟତା ରହିଛି ଏପରି କରିବା ଦ୍ୱାରା ଘରେ ଧନର ଅଭାବ ଦେଖାଯାଇନଥାଏ।

-ଦୀପାବଳି ଦିନ ଅଶ୍ୱତ୍ଥ ଗଛ ତଳେ ଆପଣ ଦୀପ ଜଳାଇ ପାରିବେ । ଆପଣ ତେଲରେ ଏକ ଦୀପ ଲଗାଇ ଏହି ଦିନ ରାତିରେ ଅଶ୍ୱତ୍ଥ ବୃକ୍ଷ ତଳେ ରଖିଦିଅନ୍ତୁ । ମାନ୍ୟତା ରହିଛି ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

-ସେହିଭଳି ଦୀପାବଳି ଦିନ ଘରର ଅଗଣାରେ ଦୀପ ଲଗାନ୍ତୁ । ଏହି ଦୀପକୁ ରାତି ସାରା ଜଳାଇ ରଖିଲେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ ।

-ସବୁଠାରୁ ବିଶେଷ କଥା ହେଉଛି ଏହି ଦିନ ଘର ପାଖରେ ଥିବା ମନ୍ଦିରକୁ ଯାଇ ଦୀପ ଲଗାନ୍ତୁ । ଏପରି କରିବା ଦ୍ୱାରା ମଧ୍ୟ ଘରେ ଧନର ଅଭାବ ଦେଖାଯାଏନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।