You are currently viewing ମହିଳାଙ୍କ ବେକରୁ ସୁନା ଚେନ୍ ଓ ହାର ଝାମ୍ପିନେଲା ଦୁର୍ବୃତ୍ତ

ମହିଳାଙ୍କ ବେକରୁ ସୁନା ଚେନ୍ ଓ ହାର ଝାମ୍ପିନେଲା ଦୁର୍ବୃତ୍ତ

ଯାଜପୁର(ଏଏନଏସ) ୦୨.୧୨.୨୦୨୧, ବାଇକରେ ଯାଉଥିବା ବେଳେ ମହିଳାଙ୍କଠୁ ସୁନା ଚେନ୍ ଓ ହାର ଝାମ୍ପିନେଲେ ଦୁର୍ବୃତ୍ତ । ଏଭଳି ଏକ ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ । ମହିଳାଙ୍କୁ ଆହତ ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମହିଳା ଜଣକ ଧର୍ମଶାଳା ଗଡ଼ମାଧୁପୁର ଗ୍ରାମର ହୋଇଥିବା ଜଣାପଡିଛି । ମହିଳା ତାଙ୍କ ସ୍ବାମୀ ଓ ଦୁଇ ପିଲାଙ୍କ ସହ ଯାଉଥିବାବେଳେ ଜଣେ ଦୁର୍ବୃତ୍ତ ସେମାନଙ୍କ ପିଛା କରି ସୁଯୋଗ ଦେଖି ସୁନା ହାର ଓ ଚେନ୍ ଝାମ୍ପି ନେଇଥିଲା । ଯାହା ଫଳରେ ରଶ୍ମିତା ଗାଡ଼ିରୁ ତଳକୁ ଖସିପଡ଼ିଥିଲେ ।ତେବେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି। ଖବର ପାଇ ଧର୍ମଶାଳା ପୋଲିସ ପହଞ୍ଚି ଆହତ ରଶ୍ମିତାଙ୍କୁ ତୁରନ୍ତ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥଲେ। ତେବେ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି I

ଅନ୍ୟମାନଙ୍କୁ ଜଣାନ୍ତୁ।