You are currently viewing ନ୍ୟୁଜିଲାଣ୍ଡରେ ମାଟିରେ ୨୧ ବର୍ଷ ପରେ ଟେଷ୍ଟ ଜିତିଲା ବାଂଲାଦେଶ

ନ୍ୟୁଜିଲାଣ୍ଡରେ ମାଟିରେ ୨୧ ବର୍ଷ ପରେ ଟେଷ୍ଟ ଜିତିଲା ବାଂଲାଦେଶ

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ-୦୫.୦୧.୨୦୨୨, ଇତିହାସ ରଚିଲା ବାଂଲାଦେଶର କ୍ରିକେଟ ଟିମ୍‌ । ପ୍ରାୟ ୨୧ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ନ୍ୟୁଜିଲାଣ୍ଡକୁ ଟେଷ୍ଟ ମ୍ୟାଚ୍‌ରେ ହରାଇ ଦେଇଛି ବାଂଲାଦେଶ ଟିମ୍ । ବାଂଲାଦେଶ ଟିମ ୨ ଟେଷ୍ଟ ମ୍ୟାଚ୍‌ର ଶୃଙ୍ଖଳାର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରିଛି।ବାଂଲାଦେଶ ୨୦୦୧ରେ ପ୍ରଥମଥର ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲା। ଏହାପରେ ଅନେକ ଥର ଦଳ ସେଠାକୁ ମ୍ୟାଚ୍‌ ଖେଳିବାକୁ ଯାଇଥିଲା କିନ୍ତୁ ମଧ୍ୟ କେବେ ହେଲେ ବିଜୟ ହାସଲ କରିପାରି ନଥିଲେ। ସେହିପରି କ୍ରିକେଟର ବିଭିନ୍ନ ଫର୍ମାଟରେ ଦୁଇ ଦଳ ପରସ୍ପରକୁ ଅନେକ ଥର ଭେଟିଥିଲେ ମଧ୍ୟ ସବୁ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ହିଁ ଜିତି ଆସୁଥିଲା ।
ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ୩୨୮ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ସେହିପରି ପଥମ ପାଳିରେ ବାଂଲାଦେଶ ୪୫୮ ରନ୍‌ ସଂଗ୍ରହ କରି ଲିଡ୍‌ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୨ୟ ପାଳିରେ ୧୬୯ ରନ୍‌ରେ ଅଲଆଉଟ୍‌ ହୋଇଥଲା ।ଏହି ମ୍ୟାଚ୍‌ରେ ବାଂଲାଦେଶୀ ବୋଲର ଇବାଦତ୍‌ ହାସନ୍‌ଙ୍କୁ ସର୍ବାଧିକ ୭ଟି ୱିକେଟ୍‌ ମିଳିଛି। ଦ୍ୱିତୀୟ ଇନିଂସରେ ୬ଟି ଓ ପ୍ରଥମ ଇନିଂସରେ ଗୋଟିଏ ସଫଳତା ପାଇଥିବା ଇବାଦତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।