You are currently viewing ଆମାଜନ ଗ୍ରେଟ ରିପବ୍ଲିକ୍ ଡେ: ଶସ୍ତାରେ ଉପଲବ୍ଧ ହେଉଛି ସ୍ମାର୍ଟଫୋନ୍

ଆମାଜନ ଗ୍ରେଟ ରିପବ୍ଲିକ୍ ଡେ: ଶସ୍ତାରେ ଉପଲବ୍ଧ ହେଉଛି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ-୧୮.୦୧.୨୦୨୨, ଆରମ୍ଭ ହୋଇଯାଇଛି ଆମାଜନ ଗ୍ରେଟ ରିପବ୍ଲିକ୍ ଡେ’।  ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହୋଇ ଏହି ସେଲ୍ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସେଲରେ ସ୍ମାର୍ଟଫୋନ୍, ଟିଭି ସମେତ ଅନେକ ଇଲୋକ୍ଟ୍ରୋନିକ୍ସ ପ୍ରଡକ୍ଟସ୍ ଉପରେ ଜବରଦସ୍ତ ଡିସକାଉଣ୍ଟ ଦିଆଯାଉଛି । ଯଦି ଆପଣ ଏକ ନୂତନ ଫୋନ୍ କିଣିବାକୁ କିମ୍ବା ଅପଗ୍ରେଡ୍ କରିବାକୁ ଯୋଜନା କରୁଛନ୍ତି ତାହାଲେ ଅଳ୍ପ ଟଙ୍କା ରେ ଟପ୍ ବ୍ରାଣ୍ଡଗୁଡିକ ଆପଣ କିଣି ପାରିବେ । ଏସବିଆଇ କାର୍ଡରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଏକ୍ସଟ୍ରା ଡିସକାଉଣ୍ଟ ମଧ୍ୟ ମିଳୁଛି । ତେବେ ଆମାଜନ୍ ସେଲରେ ସ୍ମାର୍ଟଫୋନ୍ ଏବଂ ମୋବାଇଲ୍ ଆସେସୋରିଜ୍ ରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ରହିଛି । ଯାହାଫଳରେ ଆପଣ ମାନେ ଖୁବ୍ ଶସ୍ତାରେ ବ୍ରାଣ୍ଡେଡ୍ ସ୍ମାର୍ଟଫୋନ୍ କିଣିପାରିବେ ।

ଆମାଜନ୍ ସେଲରେ Apple iPhone ୧୨ କୁ ଆପଣ ୫୩,୯୯୯ ଟଙ୍କାର ପ୍ରାରମ୍ଭିକ ଦାମ୍ ରେ କିଣିପାରିବେ । ଖାଲି ସେତିକି ନୁହେଁ ୨,୫୪୨ ଟଙ୍କା ଇଏମଆଇ ଅଫର୍ ସହିତ ମଧ୍ୟ ନେଇପାରିବେ । ସେହିପରି ଅଫୋର୍ଡେବଲ୍ ଅପସନ୍ ଭାବେ ସାମସଙ୍ଗ ଗାଲେକ୍ସି ଏମ୍୧୨ ମିଳୁଛି । ଏହାର ଦାମ୍ ୯,୪୯୯ ରହିଛି । ବ୍ୟାଙ୍କ ଅଫର୍ ସହିତ ଏହାକୁ ଆପଣ ୮,୫୫୦ ଟଙ୍କାରେ କିଣାଯାଇପାରିବ ।

ରେଡମି ନୋଟ୍ ୧୧t ୫g : ସୁଲଭ ମୂଲ୍ୟରେ ରେଡମି ନୋଟ୍ ସିରିଜ୍ ୬GB / ୧୨୮GB ଷ୍ଟୋରେଜ୍ ମଡେଲ୍ ପାଇଁ ୧୬,୯୯୯ଟଙ୍କା ରିହାତି ମୂଲ୍ୟରେ ଉପଲବ୍ଧ। ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ଏକ୍ସଚେଞ୍ଜ ଅଫର ମଧ୍ୟ ଅଛି । ଇ-ରିଟେଲର ରେଡମି ନୋଟ୍ ୧୧ ପ୍ରୋ ମଡେଲରେ ବ୍ୟାଙ୍କ ରିହାତି ଏବଂ ବିନିମୟ ଅଫର ମଧ୍ୟ ପ୍ରଦାନ କରୁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।