You are currently viewing ରାଜଧାନୀରେ ସାଇବର ଠକେଇ ଅଭିଯୋଗ

ରାଜଧାନୀରେ ସାଇବର ଠକେଇ ଅଭିଯୋଗ

ଭୁବନେଶ୍ୱର(ଏଏନଏସ) ୧୯/୦୧: ରାଜଧାନୀରେ ସାଇବର ଠକେଇ ଅଭିଯୋଗ । ଭୁବନେଶ୍ବର ଶୈଳଶ୍ରୀବିହାର ଅଞ୍ଚଳରେ ଠକେଇ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି । ଟ୍ରାନ୍ସପୋର୍ଟ କର୍ପୋରେସନ ଅଫ ଇଣ୍ଡିଆର ଅବସରପ୍ରାପ୍ତ ରିଜିଓନାଲ ମ୍ୟାନେଜର ସଦାଶିବ ମହାନ୍ତିଙ୍କ ଠାରୁ ୧୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଚୂନ ଲଗାଇଲେ ସାଇବର ଠକ ।

ସୂଚନା ଅନୁଯାୟୀ ସଦାଶିବ ମୋବାଇଲ ନମ୍ବର ପୋର୍ଟେବିଲିଟି କରିବାକୁ ଆବେଦନ କରିଥିଲେ ।  ଏଥିପାଇଁ ନିଜର ଡେବିଟି କାର୍ଡର ଡିଟେଲସ ମଧ୍ୟ ଦେଇଥିଲେ । ଏପରିକି ଓଟିପି ମଧ୍ୟ ଦେଇଥିଲେ । ସାଇବର ଠକ ଜଣଙ୍କ କୌଶଳକ୍ରମେ ଓଟିପି ପଠାଇ ଲିଙ୍କରେ କ୍ଲିକ୍ କରିବାକୁ କହିଥିଲେ । ଲିଙ୍କ୍ ରେ କ୍ଲିକ୍ କରିବା କିଛି ଘଣ୍ଟା ଭିତରେ ତାଙ୍କ ଆକାଉଣ୍ଟରୁ ୧୩ ଲକ୍ଷ ଟଙ୍କା ନେଇଥିଲେ ସାଇବର ଠକ । ସଦାଶିବଙ୍କ ଫିକ୍ସଡ ଡିପୋଜିଟ ଭାଙ୍ଗି, ସେହି ଟଙ୍କାକୁ ସେଭିଂ ଆକାଉଣ୍ଟକୁ ଟ୍ରାନ୍ସଫର କରି ସାଇବର ଠକ ଟଙ୍କା ନେଇଯାଇଛନ୍ତି। ଏହାପରେ ସଦାଶିବ ସାଇବର ଠକେଇ ନେଇ ଭୁବନେଶ୍ୱର ସାଇବର ସେଲରେ ଅଭିଯୋଗ କରିଛନ୍ତି । 

ଅନ୍ୟମାନଙ୍କୁ ଜଣାନ୍ତୁ।