You are currently viewing ଆରପାରିରେ ଶିବାଜୀ ପଟ୍ଟନାୟକ

ଆରପାରିରେ ଶିବାଜୀ ପଟ୍ଟନାୟକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୩/୦୫, ଆଖି ବୁଜିଲେ ଭୁବନେଶ୍ୱରର ପୁର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ । ଶ୍ରଯୁକ୍ତ ପଟ୍ଟନାୟକ ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ମଧ୍ୟାହ୍ନରେ ଏକ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ହୋଇଥିବା ଜଣାପଡିଛି । ଶିବାଜୀ ପଟ୍ଟନାୟକ ୩ ଥର ଭୁବନେଶ୍ୱର ଆସନରୁ ଲୋକସଭା ପାଇଁ ନିର୍ବାଚିତ ହୋଇଛନ୍ତି । ଜଣେ ସାମ୍ୟବାଦୀ ନେତା ଓ ସିପିଆଇର ବରିଷ୍ଠ ନେତା ହେଉଛନ୍ତି ଶିବାଜୀ ପଟ୍ଟନାୟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।