You are currently viewing ଦ୍ରାବିଡ ରଖିଲେ ଦୁଇଟି ସର୍ତ୍ତ

ଦ୍ରାବିଡ ରଖିଲେ ଦୁଇଟି ସର୍ତ୍ତ

  • Post category:କ୍ରୀଡା
  • Reading time:1 mins read

ମୁମ୍ବାଇ (୨୧.୯.୨୨) : ଏସିଆ କପ୍‌ରେ ନିରାଶଜନକ ପ୍ରଦର୍ଶନ ପରେ କୋଚ୍ ରାହୁଲ ଦ୍ରାବିଡଙ୍କ ଚିନ୍ତା ଏବେ ବଢିଛି । ବିଶ୍ୱକପ୍ ପୂର୍ବରୁ ଟିମର ପ୍ରସ୍ତୁତି ନେଇ କୋଚ ରାହୁଲ ଦ୍ରାବିଡ ବୋର୍ଡ ସମ୍ମୁଖରେ ଦୁଇଟି ପ୍ରସ୍ତାବ ରଖିଛନ୍ତି । ଏହାକୁ ପାଳନ କରିବାକୁ ସେ ଅନୁରୋଧ ମଧ୍ୟ କରିଛନ୍ତି । ତେବେ ବୋର୍ଡ ସମ୍ମୁଖରେ କୋଚ ଦ୍ରବିଡ ଯେଉଁ ସର୍ତ ରଖିଛନ୍ତି ସେ ଗୁଡିକ ହେଉଛି ବିଶ୍ୱକପ୍ ଅଷ୍ଟ୍ରେଲିଆରେ ହେଉଛି ତେବେ ଆମକୁ ସେଠାରେ ଅଧିକ ପ୍ରାକ୍ଟିସ୍ ମ୍ୟାଚ ଖେଳିବାକୁ ଦିଆଯାଉ । ଅନ୍ୟ ସର୍ତ୍ତଟି ହେଉଛି ଧାର୍ଯ୍ୟ ସମୟ ପୂର୍ବରୁ ଟିମକୁ ଅଷ୍ଟ୍ରେଲିଆ ଯିବାକୁ ପଡିବ । କିଛି ଦିନ ଅଗରୁ ଟିମ ଅଷ୍ଟ୍ରେଲିଆ ଗଲେ ସେଠାରେ ପାଣିପାଗ ସହିତ ଖାପ ଖୁଆଇବା ସହଜ ହେବ ବୋଲି କୋଚ କହିଛନ୍ତି । ସେପଟେ କୋଚ୍ଙ୍କୁ ଦୁଇଟି ପ୍ରସ୍ତାବ ନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଆମେ ବୋର୍ଡ ଅନ୍ୟ ଦେଶମାନଙ୍କ ସହିତ କଥା ହେଉଛି । ଯେଉଁ ଦେଶ ଆମେ ସହିତ ପ୍ରାକ୍ଟିସ୍ ମ୍ୟାଚ୍ ଖେଳିବାକୁ ରାଜି ହେବ । ସେହି ଦେଶ ସହିତ ଆମେ ସେଠାରେ ପ୍ରାକ୍ଟିସ୍ ମ୍ୟାଚ୍ ଖେଳିବୁ । ବାକି ରହିଲା ଟିମ୍ ଇଣ୍ଡିଆ ଅକ୍ଟୋବର ୫ ବେଳକୁ ଅଷ୍ଟ୍ରେଲିଆ ଗସ୍ତ କରିପାରେ । ଅକ୍ଟୋବର ୨୦ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।