You are currently viewing ପାର୍କ ନିକଟରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ

ପାର୍କ ନିକଟରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ)୦୮/୧୨, କଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି।  ବୃଦ୍ଧ ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ବାଦାମବାଡ଼ି ଥାନା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି। ପୋଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ଏସସିବି ବଡ଼ ମେଡ଼ିକାଲକୁ ପଠାଇଥିବାବେଳେ, ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଯାଏ ବୃଦ୍ଧଙ୍କ ପରିଚୟ ମିଳିପାରିନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।