beach

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ରେସ୍କ୍ୟୁ ଟିମ୍ ପକ୍ଷରୁ ଖୋଜାଖୋଜି ଜାରି

ପୁରୀ(ଏଏନଏସ୍): ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ପର୍ୟ୍ୟଟକ । ନିଖୋଜ ପର୍ୟ୍ୟଟକ ବାଲେଶ୍ୱରର ସଞ୍ଜୟ ଜେନା ବୋଲି ଜଣାପଡିଛି । ସୂଚନାଅନୁସାରେ ସେ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିବା ବେଳେ ୮ନଂ ଜୋନ୍ ରେ ଗାଧୋଉଥିଲେ । ଗାଧୋଇବା ସମୟରେ ହିଁ ସେ ଭାସି ଯାଇଥିବା ସାଙ୍ଗମାନେ କହିଛନ୍ତି । ଖବର ପାଇ ରେସ୍କ୍ୟୁ ଟିମ୍ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।