You are currently viewing ମହୁଆଙ୍କ ବିରୋଧରେ ଏଫଆଇଆର: ମହିଳା କମିସନ ମୁଖ୍ୟଙ୍କ ବିରୋଧରେ ଆପତ୍ତିଜନକ ବୟାନ

ମହୁଆଙ୍କ ବିରୋଧରେ ଏଫଆଇଆର: ମହିଳା କମିସନ ମୁଖ୍ୟଙ୍କ ବିରୋଧରେ ଆପତ୍ତିଜନକ ବୟାନ

ଏଏନଏସ : ମହୁଆଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି ଦିଲ୍ଲୀ ପୋଲିସ । ଜାତୀୟ ମହିଳା କମିସନ ଅଧ୍ୟକ୍ଷା ରେଖା ଶର୍ମାଙ୍କ ବିରୋଧରେ ଅପମାନଜନକ ମନ୍ତବ ଦେଇଥିବା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଶୁକ୍ରବାର ମହିଳା କମିସନ ଅଧ୍ୟକ୍ଷା ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିକବା ପରେ ଏହି ମାମଲାର ଏଫଆଇଆର ରୁଜୁ ହୋଇଛି ।

ରେଖା ଶର୍ମାଙ୍କ ବିରୋଧରେ ଅପମାନଜନକ ଭାଷା ପ୍ରୟୋଗ କରି ମହୁଆ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିବା ପରେ ଏହାକୁ ନେଇ ବଡ ବିବାଦ ଉପୁଜୁଥିଲା । ଦିଲ୍ଲୀ ପୋଲିସ ସ୍ପେସାଲ ସେଲ୍ ଗୁଇନ୍ଦା ସଂସ୍ଥା ଏ ବାବଦ ବିବରଣୀ ହାସଲ କରିଛି ଏବଂ ଘଟଣାର ତଦନ୍ତ କରାଯିବ ବୋଲି ପୋଲିସ କହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।