You are currently viewing ଅନ୍ୟ ଗାଡିକୁ ଟକ୍କର ଦେବାକୁ ଆସୁଛି ‘ବାଜ’

ଅନ୍ୟ ଗାଡିକୁ ଟକ୍କର ଦେବାକୁ ଆସୁଛି ‘ବାଜ’

ନୂଆଦିଲ୍ଲୀ (୨୯.୧୦.୨୨) : ଇଲେକ୍ଟ୍ରି ଗାଡିର ଚାହିଦା ଭାରତରେ ବଢିବାକୁ ଲାଗୁଛି । ଏହା କାର ହେଉ କିସ୍କୁଟର ଲୋକଙ୍କ ମଧ୍ୟରେ ଇଭିର ଚାହିଦା ଦେଖି କମ୍ପାନୀ ତାଙ୍କର ଆକର୍ଷକ ମଡେଲ ଉପସ୍ଥାପନା କରୁଛନ୍ତି । ସ୍କୁଟର ସେଗମେଣ୍ଟରେ ଓଲା ବେଶ ଲୋକପ୍ରିୟ ହୋଇଥିବା ବେଳେ ବଜାଜ ଟକ୍ଟର ଦେଉଛି । ଏଥିରେ ଏବେ ନୂଆ ସ୍କୁଟର ବାଜ୍‌ର ଏଣ୍ଟ୍ରି ହୋଇଯାଇଛି ।

ଏହା କେବଳ ଫିଚର ଯୋଗୁଁ ନୁହେଁ ମୂଲ୍ୟ ଦୃଷ୍ଟିରୁ ମଧ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବ ବୋଲି ଅନୁମାନ କରାଯାଉଛି । ଆଇଆଇଟି ଫିଚର ଯୋଗୁ ନୁହେଁ ମୂଲ୍ୟ ଦୃଷ୍ଟିରୁ ମଧ୍ୟ ଗ୍ରାହରକଙ୍କୁ ଆକର୍ଷିତ କରିବ ବୋଲି ଅନୁମାନ କରାଯାଉଛି । ଆଇଆଇଟି ଦିଲ୍ଲୀସ୍ଥିତ ଇଲେକ୍ଟ୍ରି ମୋବିଲିଟି ଷ୍ଟାଟଅପ୍ ବାଜ୍ ବାଇକସ୍ ଇଭି ମାର୍କେଟରେ ବ୍ୟାଟେରୀ ସ୍ୱାଇପିଂ ସୁବିଧା ଦିଆଯାଇଛି ।

କମ୍ପାନୀ ଏହାର ନୂଆ ଇଲେକ୍ଟ୍ରିକ ସ୍କୁଟର ବାଜ ଲଞ୍ଚ କରିଛି। ଏହି ସ୍କୁଟରରେ ବ୍ୟାଟେରୀ ସ୍ୱାପିଂ ସୁବିଧା ଦିଆଯାଇଛି। ଏହାର ସ୍ୱେପିଙ୍ଗ ପ୍ଲାଟଫର୍ମରେ ୯ଟି ବ୍ୟାଟେରୀ ଫିକ୍ସ କରାଯାଇପାରେ। କମ୍ପାନୀ ଅନୁସାରେ ଏହି ଗାଡ଼ିର ବ୍ୟାଟେରୀକୁ ମାତ୍ର ୯୦ ସେକେଣ୍ଡରେ ବଦଳା ଯାଇପାରେ। ଏହା ଦ୍ୱାରା ବାହନ ଚାଳକ ବ୍ୟାଟେରୀ ସ୍ୱାପିଙ୍ଗ ଷ୍ଟେସନରେ ବ୍ୟାଟେରୀ ବଦଳାଇ ନନଷ୍ଟପ ଯାତ୍ରାର ମଜା ନେଇପାରିବେ।

ବ୍ୟାଟେରୀ ସ୍ୱାପିଂ ଷ୍ଟେସନ ଅଲଗା ଅଲଗା ଋତୁ ଅନୁସାରେ ଡିଜାଇନ କରାଯାଇଛି।  ବର୍ଷା ଓ ଧୂଳି ଲାଗି ଏହାକୁ ଅଲ ୱେଦର ଆଇପି ୬୫ ରେଟିଂ ଦିଆଯାଇଛି। ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଦୌଡି ପାରୁଥିବା ଏହି ସ୍କୁଟରର ମୂଲ୍ୟ ମାତ୍ର ୩୫ ହଜାର ଟଙ୍କା ରଖାଯାଇଛି। ବାଜ ବାଇକ୍ସର ଏହି ଇଲେକ୍ଟ୍ରିକ ସ୍କୁଟର ବିଲକୁଲ କି-ଲେସ୍। ଏହାର ରେଜିଷ୍ଟ୍ରେସନର ଆବଶ୍ୟକତା ନାହିଁ କି ଏହି ଗାଡି ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନସର ମଧ୍ୟ ଆବଶ୍ୟକତା ନାହିଁ। ଏହି ସ୍କୁଟରର ସେଫ୍ଟି ଫିଚରରେ ଗାଡିରେ ନିଆଁ ଲାଗିଲେ କି ପାଣି ପଶିଗଲେ ରାଇଡରକୁ ଆଲାର୍ମ ଶୁଣାଯିବ। ଏହା ଛଡା ଏଥିରେ ଫାଇଣ୍ଡ ମାଇଁ ସ୍କୁଟର ଅପସନ ମଧ୍ୟ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।