You are currently viewing ଏପ୍ରିଲରୁ ୨ ଗୁଣା ହେବ ରୋଷେଇ ଗ୍ୟାସ ଦାମ !

ଏପ୍ରିଲରୁ ୨ ଗୁଣା ହେବ ରୋଷେଇ ଗ୍ୟାସ ଦାମ !

ନୂଆଦିଲ୍ଲୀ -୨୩/୦୨, ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ଯୋଗୁ ଭାରତରେ ମାର୍ଚ୍ଚ ୭ ତାରିଖ ପରେ ପେଟ୍ରୋଲ ,ଡିଜେଲ୍ ଦର ବଢିବା ନିଶ୍ଚିତ ପ୍ରାୟ । ତେବେ ଏପ୍ରିଲ ରୁ ରାନ୍ଧିବା ସହ ବିଜୁଳି ଓ ପରିବହନ ଖର୍ଚ୍ଚ ବି ବଢିପାରେ । ବାସ୍ତବ କଥା ହେଉଛି ଅର୍ନ୍ତଜାତୀୟ ବଜାର ରେ ଅଶୋଧିତ ତୈଳ ଦର ପିଛା ଦର ବୃଦ୍ଧି ଯୋଗୁ ପ୍ରାକୃତିକ ଗ୍ୟାସର ମୂଲ୍ୟ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଆକଳନ ଅନୁସାରେ ପ୍ରାୟ ୨ ଗୂଣ ପର୍ଯ୍ୟନ୍ତ ବଢିପାରେ ଗ୍ୟାସ ଦାମ । କେନ୍ଦ୍ର ସରକାର ଏପ୍ରିଲ ମାସରେ ଗ୍ୟାସର ମୂଲ୍ୟ ସମୀକ୍ଷା କରିବେ । ଏଥିରେ ଗ୍ୟାସ୍ ପ୍ରତି ୟୁନିଟ୍ ପିଛା ୨.୯ ଡଲାର ରୁ ୬ ଅବା ୭ ଡଲାର ଯାଏଁ ବୃଦ୍ଧି ହେବ ବୋଲି ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି । ଗତ ଜାନୁୟାରୀରୁ ଡିସେମ୍ବର ୨୦୨୧ ବଜାରରେ ଗ୍ୟାସ୍ ମୂଲ୍ୟ ଆଧାର ରେ କେନ୍ଦ୍ର ସରକାର ନୂଆ ଦର ସ୍ଥିର କରିପାରନ୍ତି । ଗ୍ୟାସ୍ ଦରରେ ୧ ଡଲାର ବୃଦ୍ଧି ହେଲେ ସି.ଏନ୍‌.ଜି କେଜି ପିଛା ୪.୫ ଟଙ୍କା ମହଙ୍ଗା ହୋଇଯାଏ । ଏଣୁ ଏପ୍ରିଲ ରେ ବିଦ୍ୟୁତ ବିଲ୍ ରୁ ଆରମ୍ଭ କରି ଘରୋଇ ଗ୍ୟାସ୍ ଓ ପରିବହନ ଦର ମଧ୍ୟ ବଢିବ ବୋଲି ଆଶଙ୍କା କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।