RBI

ଏଣିକି ଟଙ୍କା ଠକାମିର ଶିକାର ହେଲେ ତୁରନ୍ତ RBI କୁ ଦିଅନ୍ତୁ ସୂଚନା, ନଚେତ ଫେରିପାଇବେନି ଟଙ୍କା 

ଅଧିକାଂଶ ଲୋକମାନଙ୍କର ଏସବିଆଇ ଆକାଉଣ୍ଟ ରହିଛି। ଯାହାକୁ ନେଇ ବ୍ୟାଙ୍କ ତରଫରୁ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଏ। ବହୁଥର ସାଇବର ଫ୍ରଡଙ୍କ ପାଇଁ ଅନେକ ଗ୍ରାହକ ଠକାମିର ଶିକାର ହୁଅନ୍ତି। ଏଥିପାଇଁ ବ୍ୟାଙ୍କ ତରଫରୁ ସତର୍କ ସୂଚନା ଦିଆଯାଏ, ଯାହାକୁ ଜାଣିବା ଆପଣ ନିହାତି ଜରୁରୀ। ଏନେଇ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ତା’ର ୫୦ କୋଟି ଗ୍ରାହକଙ୍କ ପାଇଁ ଚେତାବନୀ ଜାରି କରିଛି।

ଅନେକ ସମୟରେ ଗ୍ରାହକଙ୍କୁ ଆକାଉଣ୍ଟ ବନ୍ଦ ହୋଇଯିବା ନେଇ ମେସେଜ୍ ଆସିଥାଏ। ମେସେଜରେ ଲେଖାଯାଇଥାଏ, ‘ପ୍ରିୟ ଏସବିଆଇ ଗ୍ରାହକ। ଆପଣଙ୍କର ଆକାଉଣ୍ଟ ଆଜି ବ୍ଲକ କରିଦିଆଯିବ। ଦୟାକରି ନିଜର ପ୍ୟାନ କାର୍ଡ ନମ୍ବରକୁ ଅପଡେଟ କରିବା ପାଇଁ ଲିଙ୍କ ଉପରେ କ୍ଲିକ କରନ୍ତୁ।’ କିନ୍ତୁ ଏସବିଆଇ ତରଫରୁ ଏପରି କୌଣସି ମେସେଜ୍ ପଠାଯାଇ ନଥାଏ। ଏହା ହେଉଛି ଫେକ ମେସେଜ୍, ତେଣୁ ସମସ୍ତ ଗ୍ରାହକ ଏନେଇ ସାବଧାନ ରହିବା ସହ report.phishing@sbi.co.in ରେ ରିପୋର୍ଟ କରନ୍ତୁ। ଏଥିପାଇଁ ସାଇବର କ୍ରାଇମ ହେଲପଲାଇନ ନମ୍ବର ୧୯୩୦କୁ ମଧ୍ୟ ଆପଣ କଲ୍ କରିପାରିବେ। ନଚେତ https://cybercrime.gov.in/ ରେ ମଧ୍ୟ ଅଭିଯୋଗ କରିପାରିବେ।

ଏଥିସହ ଠକାମିର ଶିକାର ହେବା ପରେ ଆପଣ ସଙ୍ଗେସଙ୍ଗେ ବ୍ୟାଙ୍କକୁ ଏହି ସୂଚନା ଦେଲେ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ପାଇପାରିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ ପକ୍ଷରୁ କୁହାଯାଇଛି। ସାଇବର ଫ୍ରଡ୍ ପାଇଁ ବ୍ୟାଙ୍କ ଇନସ୍ୟୁରାନ୍ସ ପଲିସୀ ନେଇଥାଏ। ତେଣୁ କାର୍ଯ୍ୟାନୁଷ୍ଠାନ ପରେ ବ୍ୟାଙ୍କ ବୀମା କମ୍ପାନୀଠାରୁ ଅର୍ଥ ଆଣି ଆପଣଙ୍କର କ୍ଷତି ଭରଣା କରିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଠକାମିର ସୂଚନା ଆପଣଙ୍କୁ ୩ ଦିନ ଭିତରେ ଦେବାକୁ ପଡ଼ିବ । ଏପରି ହେଲେ ଆପଣଙ୍କ ଅର୍ଥ ୧୦ ଦିନ ଭିତରେ ଫେରି ଆସିପାରିବ। ସେହିଭଳି ଯଦି ଆପଣ ୪-୭ ଦିନ ଭିତରେ ରିପୋର୍ଟ କରିବେ ତେବେ ଆପଣଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ିବ।

ଅନ୍ୟମାନଙ୍କୁ ଜଣାନ୍ତୁ।