You are currently viewing ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ଦର

ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ଦର

ନୂଆଦିଲ୍ଲୀ-୦୩.୦୧.୨୦୨୨, ଦେଶରେ ବଢ଼ିଲା ସୁନା ଦର । ଗତ କିଛି ଦିନ ହେବ ସୁନା ଦରରେ ସ୍ଥିରତା ଦେଖିବାକୁ ମିଳିଥିଲା । କିନ୍ତୁ ଆଜି ଭାରତର ବିଭିନ୍ନ  ସହରରେ ସୁନା ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି । ଜାନୁୟାରୀ ୩ ସୁଦ୍ଧା, ଭାରତରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୦୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୪,୦୪୦ ଟଙ୍କା ରହିଥିଲା  ।
ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନା ମୂଲ୍ୟ ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୪୯,୬୭୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ୪୫,୪୬୦ ଟଙ୍କା ବଢ଼ିଛି  ।
ସେହିପରି ଦିଲ୍ଲୀରେ ୨୪ କ୍ୟାରେଟ୍ ୧୦ ଗ୍ରାମର ସୁନା ହାର ୫୧,୫୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୪୭,୨୫୦ ଟଙ୍କା ଓ ଚେନ୍ନାଇରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୯,୬୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୫,୪୬୬ ଟଙ୍କା ରହିଛି ।
ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ମୂଲ୍ୟ ୪୯,୦୧୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ୪୭,୦୧୦ ଟଙ୍କା ଓ କୋଲକାତାର ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ପାଇଁ ସୁନା ହାର ୪୯,୮୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ୧୦ ଗ୍ରାମ ୪୭,୧୫୦ ଟଙ୍କା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।