You are currently viewing LIC ର ଖାସ୍ ପ୍ଲାନ: ଦୈନିକ ଜମା କରନ୍ତୁ ୫୦ଟଙ୍କା, ୨୦ ବର୍ଷ ପରେ ମିଳିବ ସାଢେ ୬ଲକ୍ଷ

LIC ର ଖାସ୍ ପ୍ଲାନ: ଦୈନିକ ଜମା କରନ୍ତୁ ୫୦ଟଙ୍କା, ୨୦ ବର୍ଷ ପରେ ମିଳିବ ସାଢେ ୬ଲକ୍ଷ

ଲାଇଫ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ଆବଶ୍ୟକତା ପାଇଁ ବିଭିନ୍ନ ଯୋଜନା ଆଣିଥାଏ । ସ୍ୱଳ୍ପ ଆୟ ବର୍ଗର ଲୋକମାନେ କିପରି ନିବେଶ କରି କିଛି ଲାଭ ପାଇପାରିବେ ସେନେଇ ବିଭିନ୍ନ ପ୍ରକାର ଯୋଜନା ଖଓଉ ପ୍ରସ୍ତୁତ କରିଥାଏ । ଏଭଳି ଏକ ଯୋଜନା ରହିଛି, ଯେଉଁଥିରେ ଆପଣ ଅଳ୍ପ ଅର୍ଥ ନିବେଶ କରି ଲାଭ ପାଇପାରିବେ । ତେବେ ଏହି ଯୋଜନା କେବଳ ମହିଳାମାନଙ୍କ ପାଇଁ ଉପଲବ୍ଧ ।

LIC ର ଆଧାର ଶିଲା ଯୋଜନା ଏକ ଅଣ-ସଂଯୁକ୍ତ, ବ୍ୟକ୍ତିଗତ ଜୀବନ ବୀମା ଯୋଜନା, ଯାହା କେବଳ ମହିଳାମାନଙ୍କ ପାଇଁ ଉପଲବ୍ଧ । ଏହି ଯୋଜନାରେ ପରିପକ୍ୱତା ଉପରେ ଏକ ନିର୍ଦ୍ଦିଷ୍ଟ ଦେୟ ପ୍ରଦାନ କରାଯାଇଥାଏ ଏବଂ ପଲିସି ଅବଧି ସମୟରେ ପଲିସିଧାରୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ହେଲେ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ଏହି ଯୋଜନା ମହିଳାମାନଙ୍କ ପାଇଁ କାହିଁକି ସ୍ୱତନ୍ତ୍ର?

ଯେଉଁ ମହିଳାମାନଙ୍କର ସଠିକ୍ ଆଧାରକାର୍ଡ ରହିଛି ସେମାନେ ଏହି ଯୋଜନାରେ ନିବେଶ କରିପାରିବେ । ଏଥିରେ ସର୍ବନିମ୍ନ ବୟସ ୮ ବର୍ଷ ଏବଂ ସର୍ବାଧିକ ବୟସ ୫୫ ବର୍ଷ ରହିଛି । ଅର୍ଥାତ୍ ୮ ବର୍ଷର ଝିଅ ନାଁରେ ଆପଣ ଏହି ପଲିସି କରିପାରିବେ । ଏହି ପଲିସିର ଅବଧି ୧୦ ରୁ ୨୦ ବର୍ଷ ମଧ୍ୟରେ ରହିଛି । ଏହି ଯୋଜନା ଜରିଆରେ ବୀମା ରାଶି ୨ଲକ୍ଷରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଏଥିସହ ଏହି ପଲିସି ଆଧାରରେ ୩ ବର୍ଷ ପରେ ଲୋନ୍ସୁ ବିଧା ମଧ୍ୟ ଆପଣଙ୍କୁ ମିଳିପାରିବ ।

ମାଚୁ୍ୟରିଟି ପରେ କିପରି ପାଇବେ ସାଢେ ୬ଲକ୍ଷ

ଯଦି କୌଣସି ଯୁବତୀ ୨୧ ବର୍ଷ ବୟସରେ ୨୦ ବର୍ଷ ପାଇଁ ଜୀବନ ଆଧାର ସିଲା ପ୍ଲାନ୍ ନେଉଛନ୍ତି ତେବେ ତାଙ୍କୁ ବର୍ଷକୁ ୧୮ହଜାର ୯୭୬ଟଙ୍କା ଜମା କରିବାକୁ ପଡ଼ିବ । ଏହିଭଳି ୨୦ବର୍ଷ ମଧ୍ୟରେ ପାଖାପାଖି ୩ଲକ୍ଷ ୮୦ହଜାର ଟଙ୍କା ଜମା ହେବ । କିନ୍ତୁ ଆପଣ ମାଚୁ୍ୟରିଟି ସମୟରେ ୬ଲକ୍ଷ ୬୨ହଜାର ଟଙ୍କା ପାଇବେ । ଏଥିରେ ୫ଲକ୍ଷ ଆପଣଙ୍କର ମୂଳ ବୀମା ରାଶି ଏବଂ ୧ଲକ୍ଷ ୬୨ହଜାର ୫୦୦ଟଙ୍କା ଲାୟଲ୍ଟି ଆଡିସନ୍ ହେବ । ଏହି ପଲିସି ର ସବୁଠଶରୁ ଖାସ୍ କଥା ହେଉଛି ଯଦି ମାଚୁ୍ୟରିଟି ସମୟ ପରେ ପଲିସିଧାରକ ଚାହାଁନ୍ତି ମାଚୁ୍ୟରିଟି ଟଙ୍କା ପ୍ରତିବର୍ଷ କିସ୍ତିରେ ମଧ୍ୟ ହାସଲ କରିପାରିବେ । ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଆପଣ ଖଓଉ ଅଫିସ୍ ସହ ଯୋଗାଯୋଗ କରନ୍ତୁ ।
ସେହିଭଳି ଏହି ଯୋଜନା ଆଧାରରେ ପଲିସିଧାରୀଙ୍କ ମୃତୁ୍ୟ ପରେ ନୋମିନୀଙ୍କୁ ସମସ୍ତ ଅର୍ଥ ପ୍ରଦାନ କରାଯିବ । ଏହି ରାଶି ବାର୍ଷିକ ପ୍ରିମିୟମର ୭ଗୁଣା ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।