neetpg

ମେଡିକାଲ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ଘୁଞ୍ଚିଲା ନିଟ୍ ପିଜି ୨୦୨୪ ପରୀକ୍ଷା

ମେଡିକାଲ୍ ପାଠ ପଢିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଘୁଞ୍ଚିଲା ନିଟ୍ ପିଜି ୨୦୨୪ ପରୀକ୍ଷା।  ପୂର୍ବରୁ ଏହା ମାର୍ଚ୍ଚ ୩ରେ ହେବା ନେଇ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ତାହା ଜୁଲାଇ ମାସରେ ହେବା ନେଇ ସୂଚନା ପ୍ରକାଶ ପାଇଛି| ଏନେଇ ନ୍ୟାସନାଲ୍ ବୋର୍ଡ ଅଫ୍ ଏକଜାମିନେସନ୍ ମେଡିକାଲ୍ ସାଇନ୍ସ (NBEMS) ଗତକାଲି  ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛି।  ଏହା ଅନୁସାରେ,  ନିଟ୍ ପିଜି ୨୦୨୪ ପରୀକ୍ଷାକୁ ୩ ମାସ ଘୁଞ୍ଚାଇ ଦିଆଯାଇଛି। କେଉଁ କାରଣରୁ ପରୀକ୍ଷା ତାରିଖ ବଦଳିଲା ତାହାକୁ ନେଇ କିଛି କୁହାଯାଇ ନାହିଁ। ତେବେ, ଏହି ପରୀକ୍ଷା ସମ୍ପର୍କରେ ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ଏନବିଇଏମଏସ୍ ର ୱେବସାଇଟ୍ ( NBEMS websites https://natboard.edu.in and https://nbe.edu.in/.) କୁ ଯାଇ ଅଧିକ ବିବରଣୀ ହାସଲ କରିପାରିବେ। ମଙ୍ଗଳବାର ଏନେଇ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାସ୍ ଟେଷ୍ଟ (ନିଟ୍) (NEET PG Exam 2024)  ୨୦୨୪ ଜୁଲାଇ ୭ରେ ପରୀକ୍ଷା ଅନୁଷ୍ଠିତ ହେବ। 

ପରୀକ୍ଷା ପାଇଁ ଯୋଗ୍ୟତା ନିମନ୍ତେ ‘କଟ୍ ଅଫ୍’ ତାରିଖ ଅଗଷ୍ଟ ୧୫ ରଖାଯାଇଛି। ଉଲ୍ଲେଖ ଯୋଗ୍ୟ, ବର୍ତ୍ତମାନ  (NEET PG Exam 2024) ନିଟ୍ ପିଜି-୨୦୨୪ ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। କୁହାଯାଉଛି ଯେ, ପଞ୍ଚିକରଣ ପୋର୍ଟାଲ୍  ଖୁବଶିଘ୍ର  ‘ଏନଏଟିବୋର୍ଡ. ଡବ୍ଲୁ. ଇନ୍’ (https://exam.natboard.edu.in/communication.php?page=main) ଓ୍ବେବସାଇଟ ରେ ଉପଲବ୍ଧ ହେବ।  ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିମନ୍ତେ ନାମାଙ୍କନ ବେଳେ ଛାତ୍ରଛାତ୍ରୀଙ୍କ ପାଖରେ ଥିବା ଏକ ବୈଧ ଇମେଲ୍ ଠିକଣା ଏବଂ ମୋବାଇଲ୍ ନମ୍ବର ରହିବା ଜରୁରୀ।  

ଅନ୍ୟମାନଙ୍କୁ ଜଣାନ୍ତୁ।