You are currently viewing ରୋଗୀଙ୍କ ମୃତ୍ୟୁ ପାଇଁ ୧୦ ଗିରଫ

ରୋଗୀଙ୍କ ମୃତ୍ୟୁ ପାଇଁ ୧୦ ଗିରଫ

  • Post category:ଅପରାଧ
  • Reading time:1 mins read

ପ୍ରୟାଗରାଜ (୨୨.୧୦.୨୨) : ଉତ୍ତରପ୍ରଦେଶର ପ୍ରାୟାଗରାଜରେ ଜଣେ ଡେଙ୍ଗୁ ରୋଗୀଙ୍କୁ ନକଲି ରକ୍ତ ଦିଆଯିବା ଏବଂ ତାଙ୍କ ମୃତ୍ୟୁ ଘଟଣାରେ ଆଜି ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । ଏହି ଅଭିଯୁକ୍ତମାନେ ସମ୍ପୃକ୍ତ ରୋଗୀଙ୍କ ପରିବାରକୁ ନକଲି ପ୍ଲାଜାମା ବିକ୍ରି କରିଥିବା ଅଭିଯୋଗ ହୋଇଛି । ଅନ୍ୟ ପଟେ ପ୍ୟାକେଟରେ ମୌସୁମୀ ଜୁସ୍ ଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।     

ଏନେଇ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ପୁଲିସ କହିଛି ଯେ ନକଲି ପ୍ଲାଜମା ନେଇ ଏକ ରାକେଟ କାମ କରୁଛି। ଏହି ଅଭିଯୁକ୍ତମାନେ ବ୍ଲଡ ବ୍ୟାଙ୍କରୁ ପ୍ଲାଜମା ନେଇ ପ୍ଲେଟଲେଟ୍‌ ହିସାବରେ ସେମାନେ ପୁନଃ ପ୍ୟାକିଂ କରୁଛନ୍ତି। ବର୍ତ୍ତମାନ ୟୁପିରେ ଡେଙ୍ଗୁ ଆତଙ୍କ ସୃଷ୍ଟି କରିଥିବାରୁ ପ୍ଲେଟଲେଟର ଅଧିକ ଚାହିଦା ରହିଛି। ଏହି ରାକେଟ ପ୍ଲେଟଲେଟ୍‌ରେ ମୌସୁମୀ ଜୁସ ମିଶାଉଥିବା ଅଭିଯୋଗ ହୋଇଛି।  କିନ୍ତୁ ଅଭିଯୁକ୍ତମାନେ ରକ୍ତ ଅପମିଶ୍ରଣ ଅଭିଯୋଗକୁ ଖଣ୍ଡନ କରଇନ୍ତି। ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏକ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍‌‌ ବଦଳରେ ମୌସୁମୀ ଜୁସ୍‌‌ ଦିଆଯିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ହସ୍ପିଟାଲକୁ ସିଲ୍‌‌ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ପ୍ରୟାଗରାଜରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍‌‌ ଦିଆଯିବାର ଥିଲା। ମାତ୍ର ହସ୍ପିଟାଲ କର୍ମଚାରୀ ତାଙ୍କୁ ମୌସୁମୀ ଜୁସ୍‌‌ ସାଲାଇନ ଭଳି ଦେଇଥିଲେ। ପରେ ପରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସହ ଗୁରୁତର ହୋଇଥିଲେ। ଏହାପରେ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ପଠାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।