You are currently viewing ରମାଦେବୀ କଲେଜରେ ରାଗିଂ

ରମାଦେବୀ କଲେଜରେ ରାଗିଂ

  • Post category:ଅପରାଧ
  • Reading time:1 mins read

ଭୁବନେଶ୍ୱର(ଏଏନ୍ଏସ୍): ରମାଦେବୀ ଜୁନିୟର କଲେଜରେ ଜଣେ ଛାତ୍ରୀଙ୍କୁ ରାଗିଂ କରିବାର ଅଭିଯୋଗ। ଏନେଇ ଯୁକ୍ତ ଦୁଇର ପ୍ରଥମ ବର୍ଷର ଛାତ୍ରୀ ଗଣଶିକ୍ଷା ବିଭାଗକୁ ଅଭିଯୋଗ କରିଛନ୍ତି। ଏହା ପରେ ତୁରନ୍ତ ଗଣଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଛାତ୍ରୀ ଜଣକ ପ୍ରଥମେ ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କିନ୍ତୁ ଏହାକୁ କଲେଜ କର୍ତ୍ତୃପକ୍ଷ ଗୁରୁତ୍ୱ ନେଇନଥିଲେ କି କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଏହାପରେ ଛାତ୍ରୀ ଜଣକ ଗଣଶିକ୍ଷା ବିଭାଗକୁ ଏ ବିଷୟରେ ଜଣାଇଥିଲେ। ପରେ ଗଣଶିକ୍ଷା ବିଭାଗ ଘଟଣାର ତଦନ୍ତ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।