You are currently viewing ଆସାନସୋଲର ଜଣେ କଳାକାର ତିଆରି କଲେ ସୁଶାନ୍ତ ସିଂଙ୍କ ମହମ ପ୍ରତିମୂର୍ତ୍ତି

ଆସାନସୋଲର ଜଣେ କଳାକାର ତିଆରି କଲେ ସୁଶାନ୍ତ ସିଂଙ୍କ ମହମ ପ୍ରତିମୂର୍ତ୍ତି

ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ କିଛି ପ୍ରଶଂସକ ପିଟିସନ୍ ଦାଖଲ କରି ସୁଶାନ୍ତଙ୍କ ମହମ ପ୍ରତିମୂର୍ତ୍ତି ପାଇଁ ଦାବି କରିଥିଲେ । କିନ୍ତୁ ଏବେ ସୁଶାନ୍ତଙ୍କ ଫ୍ୟାନ୍ସଙ୍କ ଇଛା ପୂରଣ ହୋଇଛି ବୋଲି କୁହାଯାଇପାରେ । ଆସାନସୋଲର ଜଣେ ବ୍ୟକ୍ତି କଳାକାର ସୁଶାନ୍ତ ସିଂ ରାଜପୁତଙ୍କର ମହମ ପ୍ରତିମୂର୍ତ୍ତି ସୃଷ୍ଟି କରି ଲୋକଙ୍କ ପ୍ରଶଂସା ଏବଂ ଆଶୀର୍ବାଦର ପାତ୍ର ହୋଇଛନ୍ତି । ପଶ୍ଚିମବଙ୍ଗର ଏହି କଳାକାର ସୁକାନ୍ତୋ ରାୟ ପ୍ରଶଂସକଙ୍କ ଇଛା ପୂରଣ କରିଛନ୍ତି ।

ସୁକାନ୍ତୋଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଏକ ଇଣ୍ଟରଭିଉରେ କହିଛନ୍ତି ଯେ, ସେ ସୁଶାନ୍ତଙ୍କର ଫ୍ୟାନ ଥିଲେ। ଏହା ଦୁଃଖର ବିଷୟ ଯେ ସେ ଆଉ ଏହି ଦୁନିଆରେ ନାହାନ୍ତି । କିନ୍ତୁ ସୁଶାନ୍ତଙ୍କ ସ୍ମୃତିରେ ଏହି ପ୍ରତିମୂର୍ତ୍ତି ଟି କଳାକାରଙ୍କ ସଂଗ୍ରହାଳୟରେ ରହିବ । ଯଦି ସୁଶାନ୍ତଙ୍କ ପରିବାର ଏକ ପ୍ରତିମୂର୍ତ୍ତି ଚାହାନ୍ତି ତେବେ ସୁକାନ୍ତୋ ତାଙ୍କ ପାଇଁ ମଧ୍ୟ ଏକ ପ୍ରତିମୂର୍ତ୍ତି ତିଆରି କରିବେ ବୋଲି କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।