You are currently viewing କୋଭିଡ-୧୯ ନିୟମ ଉଲଘଂନ ଅଭିଯୋଗରେ ୨ ଖାନଙ୍କ ବିରୋଧରେ ମାମଲା ରୁଜୁ

କୋଭିଡ-୧୯ ନିୟମ ଉଲଘଂନ ଅଭିଯୋଗରେ ୨ ଖାନଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ, କୋଭିଡ-୧୯ ନିୟମ ଉଲଘଂନ କରିବା ଅଭିଯୋଗରେ ଅଭିନେତା ଅରବାଜ ଖାନ୍ ଏବଂ ସୋହେଲ ଖାନଙ୍କ ବିରୋଧରେ ମାମଲା ରୁଜୁ କରିଛି ବ୍ରିହନ୍‌ମୁମ୍ବାଇ ମୁନିସିପାଲିଟ କର୍ପୋରେସନ ।
ସୂଚନା ଅନୁଯାୟୀ, ଅରବାଜ ଖାନ୍, ସୋହେଲ ଖାନ୍ ଓ ନିର୍ବାଣ ଖାନ୍ ଗତ ଡିସେମ୍ବର ୨୫ରେ ଦୁବାଇରୁ ମୁମ୍ବାଇ ଫେରିଥିଲେ। କୋଭିଡ-୧୯ ନିୟମ ମୁତାବକ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାରଥିଲା । କିନ୍ତୁ ସେମାନେ ସିଧାସଳଖ ଘରକୁ ଯାଇଥିଲେ। ରିପୋର୍ଟ ମୁତାବକ ତାଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲେ ମଧ୍ୟ ସେମାନେ ନିୟମକୁ ନମାନି ସିଧା ଘରକୁ ପଳାଇଥିଲେ। ଏନେଇ ବିଏମସି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।