You are currently viewing ବିବାହ କଲେ ଅଭିନେତା ବିକ୍ରାନ୍ତ ମେସି ଏବଂ ଶୀତଲ ଠାକୁର

ବିବାହ କଲେ ଅଭିନେତା ବିକ୍ରାନ୍ତ ମେସି ଏବଂ ଶୀତଲ ଠାକୁର

ମୁମ୍ବାଇ ୧୯/୦୨ : ଅଭିନେତା ବିକ୍ରାନ୍ତ ମେସି ତାଙ୍କର ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କ ସହ ଭାଲେଣ୍ଟାଇନ ଡେରେ ରେଜିଷ୍ଟାର ମ୍ୟାରେଜ କରିଥିଲେ। ଏବେ ପାରମ୍ପରିକ ରୀତିନୀତିରେ ଗତକାଲି ଆର୍ଥାତ୍ ଶୁକ୍ରବାର ଦିନ ବିବାହ କରିଛନ୍ତି। ସେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶୀତଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୬ବର୍ଷ ଧରି ଡେଟିଂ ପରେ ସେମାନେ ୨୦୧୯ରେ ନିର୍ବନ୍ଧ କରିଥିଲେ। ଖବର ଅନୁଯାୟୀ, ବିକ୍ରାନ୍ତ ଏବଂ ଶୀତଲଙ୍କ ଫେବୃଆରୀ ୧୪ରେ କୋର୍ଟ ମ୍ୟାରେଜ୍ ହୋଇଥିଲା। ବର୍ତ୍ତମାନ ସେମାନେ ସମସ୍ତ ରୀତିନୀତି ଅନୁସାରେ ପରମ୍ପରା ସହିତ ବିବାହ କରିଛନ୍ତି।

ତେବେ ଗତକାଲି ସକାଳେ ବିକ୍ରାନ୍ତ ଏବଂ ଶୀତଲଙ୍କ ହଳଦୀ ଉତ୍ସବର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଏହି ସମାରୋହରେ ବିକ୍ରାନ୍ତଙ୍କୁ ଏକ ଧଳା କୁର୍ତ୍ତା-ପାଇଜାମାରେ ଦେଖିବାକୁ ମିଳିଥିଲା । ଶୀତଲ ଏକ ସୁନ୍ଦର ହଳଦିଆ ଲେହେଙ୍ଗା ପିନ୍ଧିଥିଲେ । ଯେଉଁ ଥିରେ ଦୁହେଁ ଖୁସିରେ ନାଚୁଥିବାର ଦେଖିବାକୁ ମିଳିଛି । ଦୁହେଁ ପରସ୍ପରକୁ କିଛି ବର୍ଷ ହେଲାଣି ଡେଟ୍ କରୁଥିଲେ। ବିକ୍ରାନ୍ତ ଏବଂ ଶୀତଲ ଗତ ୨୦୧୯ରେ ଡିସେମ୍ବରରେ ନିର୍ବନ୍ଧ କରିଥିଲେ। କେବଳ ବିକ୍ରାନ୍ତ ନୁହଁନ୍ତି ଶୀତଲ ମଧ୍ୟ ଜଣେ ଅଭିନେତ୍ରୀ। ‘ବ୍ରୋକେନ ବଟ୍ ବିୟୁଟିଫୁଲ’ ୱେବ୍‌ ସିରିଜରେ ବିକ୍ରାନ୍ତ ଏବଂ ଶୀତଲ ଏକାଠି କାମ କରିଛନ୍ତି। ଖୁବଶୀଘ୍ର ବିକ୍ରାନ୍ତ ଲଭ୍ ହଷ୍ଟେଲରେ ନଜର ଆସିବେ।

ଅନ୍ୟମାନଙ୍କୁ ଜଣାନ୍ତୁ।