akhaya1

ଉଜ୍ଜେୟିନୀରେ ଆରମ୍ଭ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ “ଓ ମାଇଁ ଗଡ୍‌୨”ର ସୁଟିଂ

ଅକ୍ଷୟ କୁମାର ଫିଲ୍ମ “ଓ ମାଇଁ ଗଡ୍‌”ର ସୁଟିଂ ଆରମ୍ଭ କରିସାରିଛନ୍ତି । ଏହି ଫିଲ୍ମର ସୁଟିଂ ମଧ୍ୟପ୍ରଦେଶର ଉଜ୍ଜେୟିନୀରେ ୧୭ ଦିନ ପର୍ଯ୍ୟନ୍ତ ଚାଲିବ । ଏନେଇ ସୁଟିଂ ଆରମ୍ଭ ହେବା ପୂର୍ବରୁ ଅକ୍ଷୟ କୁମାର ଟ୍ୱିଟ୍ କରି ହର ହର ମହାଦେବ ଉ୍‌ଚାରଣ କରିବା ସହ ଭଗବାନ ଶିବଙ୍କ ଆଶୀର୍ବାଦ ମଧ୍ୟ ନେଇସାରିଛନ୍ତି । ସୂଚନା ଅନୁଯାୟୀ ଏହି ଫିଲ୍ମର ସୁଟିଂ ଉଜ୍ଜେୟିନୀର ମହାକାଳେଶ୍ୱର ମନ୍ଦିର, ରାମ ଘାଟ, କାଳ ଭୈରବ ମନ୍ଦିର ବ୍ୟତୀତ ଟାୱର ଚୌକରେ କରାଯିବ ।

ଏହି ଫିଲ୍ମର ମୁଖ୍ୟ ଭୂମିକାରେ ୟାମି ଗୌତମ ଏବଂ ପଙ୍କଜ ତ୍ରିପାଠୀ ଅଭିନୟ କରୁଥିବା ବେଳେ ଏହାର ନିର୍ଦେଶନା ଦେଇଛନ୍ତି ଅମିତ ରାୟ । ସୂଚନା ଯୋଗ୍ୟ ଏହା ମଧ୍ୟରେ ଅକ୍ଷୟ କୁମାର ଆଉ ଏକ ଫିଲ୍ମ “ରାମ-ସେତୁ”ର ଆଉ ଏକ ସିଡ୍ୟୁଲ୍ ର ସୁଟିଂ ଶେଷ କରିସାରିଛନ୍ତି । ଏହାକୁ ନେଇ ଅନ୍ୟ ଏକ ଫିଲ୍ମ “ଗୋରଖା” ର ଘୋଷଣା ମଧ୍ୟ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।