You are currently viewing ହାୱାରେ ଉଡି ‘୭୨୦ କିକ୍’ ମାରିଲେ ଦିଶା ପାଟନୀ

ହାୱାରେ ଉଡି ‘୭୨୦ କିକ୍’ ମାରିଲେ ଦିଶା ପାଟନୀ

ନୂଆଦିଲ୍ଲୀ ୦୯/୧୧: ପ୍ରାୟତଃ ସବୁବେଳେ ନାୟକ ମାନେ ବିଭିନ୍ନ ପ୍ରକାରର ଆକ୍ସନ , ଷ୍ଟଣ୍ଟ କରୁଥିବା ନଜର ଆସନ୍ତି । ଏଭଳି ଦୁଃସାହସିକ କାମ କେବଳ ପୁରୁଷ ମାନେ କରିପାରନ୍ତି ବୋଲି ଧାରଣା ରହିଛି । ହେଲେ ବଲିଉଡ ଅଭିନେତ୍ରୀ ଦିଶା ପାଟନୀ ମଧ୍ୟ ଷ୍ଟଣ୍ଟ ମାରିବାରେ କୌଣସି ନାୟକଙ୍କ ଠାରୁ କିଛି କମ୍ ନୁହଁନ୍ତି । ଫିଟନେସ୍ ପାଇଁ ଜଣାଶୁଣା ଦିଶା ପାଟାନି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଏକ ଷ୍ଟଣ୍ଟ ମାରୁଥିବାର   ଚମତ୍କାର ଭିଡିଓ ସେୟାର କରିଛନ୍ତି।  ଏହି ଭିଡିଓରେ ସେ  ହାୱାରେ  ଉଡି  ଏକଦମ୍ ଜବରଦସ୍ତ ଷ୍ଟାଇଲରେ ୭୨୦ କିକ୍ ମାରୁଥିବା ନଜର ଆସୁଛନ୍ତି ।

ତାଙ୍କର ଏହି ଭିଡିଓକୁ ପ୍ରସଂଶକ ମାନେ ବହୁତ ପସନ୍ଦ କରିବା ସହିତ , ପ୍ରଶଂସା ମଧ୍ୟ କରୁଛନ୍ତି ।  ପ୍ରଶଂସକମାନେ ଏହାକୁ ତାଙ୍କ ପ୍ରେମିକ ଟାଇଗର ଶ୍ରଫଙ୍କ ପ୍ରଭାବ କହୁଛନ୍ତି। ତେବେ ତାଙ୍କର ଏହି ଷ୍ଟଣ୍ଟ ଦେଖି ଫ୍ୟାନ୍ସ ମାନେ ନିଜ ନିଜର  ପ୍ରତିକ୍ରିୟା ପ୍ରକାଶ କରିବା ସହିତ, ଅଭିନେତା ଟାଇଗର୍ ଶ୍ରଫ୍ ମଧ୍ୟ କମେଣ୍ଟ ମାଧ୍ୟମରେ ପ୍ରଶଂସା କରିଛନ୍ତି । ‘୭୨୦ କିକ୍’ ହେଉଛି  ତେକ୍ୱଣ୍ଡୋର ଏକ ଅଂଶ  ଅଟେ। ଏହି ଷ୍ଟଣ୍ଟ କରିବା ଅତ୍ୟନ୍ତ କଷ୍ଟକର ବୋଲି ବିବେଚନା କରାଯାଏ ।କାରଣ ଏଥିରେ ଖେଳାଳିଙ୍କୁ ୭୨୦ ଡିଗ୍ରୀ ପର୍ୟ୍ୟନ୍ତ ବୁଲିବାକୁ ପଡେ ।ଦିଶା ପାଟାନି ଏହି ଷ୍ଟଣ୍ଟକୁ ଅତି ସହଜରେ କରିଛନ୍ତି। ଭିଡିଓରେ ଆପଣ ଦେଖିପାରିବେ ଦିଶା କେମିତି ସ୍ଲୋ ମୋସନରେ ୭୨୦ ଡିଗ୍ରୀ ପର୍ୟ୍ୟନ୍ତ ବୁଲି ସାହସିକ ଷ୍ଟଣ୍ଟ ଦେଖାଉଛନ୍ତି । ସାଧାରଣତଃ ଟାଇଗରଙ୍କୁ ଷ୍ଟଣ୍ଟ ମାନଙ୍କର କିଙ୍ଗ କୁହାଯାଏ । କାରଣ ସେ ଖୁବ ସହଜରେ ଗୋଟିଏ ପରେ ଗୋଟିଏ ଷ୍ଟଣ୍ଟ କରିପାରନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।