You are currently viewing ବନ୍ଧୁକ ମୁନରେ ଏକତା କପୁରଙ୍କୁ ଉଠାଇନେଲେ ଦୁର୍ବୁତ୍ତ !

ବନ୍ଧୁକ ମୁନରେ ଏକତା କପୁରଙ୍କୁ ଉଠାଇନେଲେ ଦୁର୍ବୁତ୍ତ !

ମୁମ୍ବାଇ-୨୨.୦୨.୨୦୨୨, ଟେଲିଭିଜନ୍ କୁଇନ୍ ଏକତା କପୁର ଅପହରଣ । ବନ୍ଧୁକ ମୁନରେ ଏକତା କପୁରଙ୍କୁ ଉଠାଇ ନେଲେ ଦୁର୍ବୁତ୍ତ | ଏକତା କପୁର ତାଙ୍କ ବାଲାଜୀ ଅଫିସ ସାମ୍ନାରୁ ସର୍ବସମ୍ମୁଖରେ ତାଙ୍କୁ ଅପହରଣ କରି କାରରେ ଉଠାଇନେବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ଭିଡିଓ ଅନୁଯାୟୀ ଏକତା କପୁର ନିଜ ଅଫିସ୍ ଆଗରେ ଫଟୋ ପାଇଁ ପୋଜ୍ ଦେଉଥିଲେ । ସେତେବେଳେ ହଠାତ୍ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଆସି ତାଙ୍କୁ ଅପହରଣ କରିନେଇଥିଲେ । କେବଳ ସେତିକି ନୁହେଁ ଦୁର୍ବୃତ୍ତ ମାନେ ଫଟୋ ଗ୍ରାଫର ଙ୍କୁ ସେଠାରୁ ପଳାଇ ଯିବା ପାଇଁ କହିଲେ । ଏହି ଭିଡିଓ ସାମ୍ନା କୁ ଆସିବା ପରେ ତାଙ୍କ ଫ୍ୟାନ୍ ମାନଙ୍କୁ ବଡ ଝଟ୍‌କା ଲାଗିଛି ।
ତେବେ ପ୍ରକୃତ କଥା ହେଲା ଏକତା ଅପହରଣ ହୋଇନାହାନ୍ତି । ଏହା ତାଙ୍କ ଅପକମିଂ ଫିଲ୍ମ ‘ଲକ୍‌ଅପ୍‌’ ର ପ୍ରମୋଶନ୍ ପାଇଁ ଏଭଳି କିଛି ଫଣ୍ଡା ଆପଣେଇଛନ୍ତି ଟେଲିଭିଜନ କୁଇନ ଏକତା କପୁର । ଅନେକ ଲୋକ ଏହାକୁ ପ୍ରଶଂସା କରିଥିବା ବେଳେ ଅନେକ ଏଥିରେ ଆଙ୍ଗୁଠି ଊଠାଇଛନ୍ତି ।
ସୂଚନା ଅନୁସାରେ ଆସନ୍ତା ଫେବୃଆରୀରୁ ଆରମ୍ଭ ହେଉଛି ଏକତାଙ୍କ ନୂଆ ରିଆଲିଟି ଶୋ ‘ଲକଅପ୍‌’ ଏହାକୁ ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱାତ୍ ହୋଷ୍ଟ କରିବେ । ଏହି ଶୋରେ ଟେଲିଭିଜନ୍ ଅଭିନେତ୍ରୀ ନିଶା ରାୱଲ ଏବଂ ମୁନୱର ଫାରୁଖ ପ୍ରମୁଖ ପ୍ରତିଯୋଗୀ ଭାଗ ନେବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।