You are currently viewing ସାମ୍ନାକୁ ଆସିଲା ‘ସାବାସ୍ ମିଥୁ’ ଫିଲ୍ମର ରିଲିଜ୍ ଡେଟ୍

ସାମ୍ନାକୁ ଆସିଲା ‘ସାବାସ୍ ମିଥୁ’ ଫିଲ୍ମର ରିଲିଜ୍ ଡେଟ୍

ନୂଆଦିଲ୍ଳୀ ୦୩/୧୨ :ବଲିଉଡରେ ନିଜର ଚମତ୍କାର ଅଭିନୟ କରି ତାପସୀ ପନ୍ନୁ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଏଥର ତାପସୀ ତାଙ୍କ ଆଗାମୀ ଫିଲ୍ମରେ ଏକ ନୂଆ ଲୁକରେ  ଦେଖିବାକୁ  ମିଳିବ । ତାଙ୍କର ନୂଆ ଚଳଚ୍ଚିତ୍ର ‘ସାବାସ୍ ମିଥୁ’ର ସୁଟିଂ ଶେଷ ହୋଇଛି ଏବଂ ଏହାର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ ପାଇଛି । ଏହି ଫିଲ୍ମରେ ତାପସୀ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ମିତାଲି ରାଜଙ୍କ ଭୂମିକାରେ ନଜର ଆସିଛନ୍ତି । ‘ସାବାସ୍ ମିଥୁ’ ୨୦୨୨     ଫେବୃଆରୀ ୪ରେ ସିନେମାରେ ମୁକ୍ତିଲାଭ କରିବ । ‘ସାବାସ୍ ମିଥୁ’ର ରିଲିଜ୍ ତାରିଖ ଭିଆକମ୍ ୧୮ ଷ୍ଟୁଡିଓ ଟ୍ୱିଟର  ମାଧ୍ୟମରେ ସୂଚନା ଦେଇଛନ୍ତି । ଭାୟାକମ  ଷ୍ଟୁଡିଓ  ଟ୍ୱିଟରେ ଲେଖିଛି  ଯେ “ଜଣେ ଝିଅ ନିଜ ବ୍ୟାଟରେ ବିଶ୍ୱ ରେକର୍ଡ ଏବଂ ସମସ୍ତ ଷ୍ଟେରିଓଟାଇପ୍ ଭାଙ୍ଗିଛି ।ଜନ୍ମ  ଦିନର ଶୁଭେଚ୍ଛା  ମିଥୁ ।”

ସୂଚନା ଅନୁଯାୟୀ  ‘ସାବାସ୍ ମିଥୁ’ ଭିଆକମ୍ ୧୮ ଷ୍ଟୁଡିଓ ଦ୍ୱାରା ନିର୍ମିତ ହୋଇଥିବାବେଳେ ଏହି ଚଳଚ୍ଚିତ୍ରଟି ଶ୍ରୀଜିତ୍ ମୁଖାର୍ଜୀ  ନିର୍ଦ୍ଦେଶନା ଦେଇଛନ୍ତି ।  ତାପସୀ ପନ୍ନୁ ଅଭିନୀତ ‘ସାବାସ୍ ମିଥୁ’ ହେଉଛି ଭାରତୀୟ ମହିଳା ଟେଷ୍ଟ ଏବଂ ODI ଦଳର ଅଧିନାୟକ ମିତାଲି ରାଜଙ୍କ ବାୟୋପିକ୍ । ଫିଲ୍ମର ପୋଷ୍ଟରରେ ତାପସୀ ପନ୍ନୁ ଭାରତୀୟ କ୍ରିକେଟ୍ ଦଳର ପୋଷାକରେ ନଜର ଆସିଛନ୍ତି। ତାଙ୍କ ମୁଣ୍ଡରେ ଗୋଲାକାର କ୍ୟାପ୍ ଏବଂ ହାତରେ ଏକ ବ୍ୟାଟ୍ ଧରିଛନ୍ତି । ଏହାକୁ ନେଇ ମିତାଲି ରାଜ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଫିଲ୍ମର ଏକ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି – ‘ଏହି ଆଶ୍ଚର୍ଯ୍ୟଜନକ ଖବର ପାଇଁ ମୁଁ ବହୁତ ଖୁସି । ମୁଁ ଯେତେ ଉତ୍ସାହିତ ଅଛି ତାହା ମୁଁ ବର୍ଣ୍ଣନା କରିପାରିବି ନାହିଁ । ଏହି ଚଳଚ୍ଚିତ୍ରରେ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ  ଅଭିନେତା ବିଜୟ ରାଜ୍, ଅଜିତ ଆନ୍ଧାରେ ଏବଂ ଅଭିନେତ୍ରୀ ପ୍ରିୟା ଆଭନ୍ ମଧ୍ୟ ନଜର ଆସିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।