fighter

ରିଲିଜ ହେଲା ଫିଲ୍ମ ‘ଫାଇଟର’ର ପ୍ରଥମ ଗୀତ, ସୋସିଆଲ ମିଡ଼ିଆରେ ହେଉଛି ଭାଇରାଲ 

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଆଗାମୀ ଚଳଚ୍ଚିତ୍ର ଫାଇଟର’ର ପ୍ରଥମ ଗୀତ ‘ଶେର୍ ଖୁଲ୍ ଗାଏ’ ମୁକ୍ତିଲାଭ କରିଛି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ ଫାଇଟରରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ସହ ଅନୀଲ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।ଏହି ଗୀତରେ ଦୀପିକା ଏବଂ ହ୍ରିତିକଙ୍କ କେମେଷ୍ଟ୍ରି ଦେଖିବା ପାଇଁ ମିଳିଛି । ଏଥିରେ ଦୁଇ ଜଣଙ୍କର ବହୁତ ସୁନ୍ଦର ଡ୍ୟାନ୍ସ ଦେଖିବା ପାଇଁ ମିଳିଛି। ଏହି ଗୀତ ରିଲିଜ ହେବା ମାତ୍ରେ ବହୁତ ଭାଇରାଲ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ହ୍ରିତିକ ରୋଶନ ପୁଣିଥରେ ତାଙ୍କ ଡ୍ୟାନ୍ସରେ ଦର୍ଶକଙ୍କୁ ବହୁତ ପ୍ରଭାବିତ କରିଛନ୍ତି । ଏହା ସହ ଏଥିରେ ଦୀପିକା ମଧ୍ୟ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ।

ଏହି ଗୀତର ଲିରିକ୍ସ କୁମାର ଲେଖିଛନ୍ତି। ଏହି ଗୀତ ବିଶାଲ-ଶେଖର, ବେନି ଦୟାଲ ଏବଂ ଶିଳ୍ପା ରାଓ ଗାଇଥିବାବେଳେ ବିଶାଲ-ଶେଖର ଏହାକୁ କମ୍ପଜୋ କରିଛନ୍ତି । ବିଶାଲ ଏବଂ ଶେଖରଙ୍କ ଦ୍ୱାରା ‘ଶେର ଖୁଲ ଗାଏ’ ରଚନା କରାଯାଇଛି। ଆସନ୍ତା ବର୍ଷ ଗଣତନ୍ତ୍ର ଦିବସ ଅବସରରେ ଜାନୁଆରୀ 25, 2024 ରେ ଏହି ଫିଲ୍ମ ରିଲିଜ ହେବା ନେଇ ସୂଚନା ମିଳିଛି | 

ଅନ୍ୟମାନଙ୍କୁ ଜଣାନ୍ତୁ।