You are currently viewing ଗଙ୍ଗୁବାଇ କାଠିଆୱାଡିରେ କମାଠିପୁରା ନାମକୁ ନେଇ ବିବାଦ, ହାଇକୋର୍ଟକୁ ଗଲା ମାମଲା

ଗଙ୍ଗୁବାଇ କାଠିଆୱାଡିରେ କମାଠିପୁରା ନାମକୁ ନେଇ ବିବାଦ, ହାଇକୋର୍ଟକୁ ଗଲା ମାମଲା

ମୁମ୍ବାଇ-୨୩/୦୨, ଆଲିଆ ଭଟ୍ଟଙ୍କ ଅଭୀନିତ ଫିଲ୍ମ ଗଙ୍ଗୁବାଇର ମୁକ୍ତିଲାଭକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।ଏହି ଫିଲ୍ମ୍ ଟି ଆଇନଗତ ସମସ୍ୟାରେ ଛନ୍ଦି ହୋଇଯାଇଛି । ଫିଲ୍ମର ମୁକ୍ତିଲାଭର ତାରିଖ ଯେତିକି ପାଖେଇ ଆସୁଛି ଏହା ସହ ଜଡିତ ବିବାଦ ମଧ୍ୟ ସେତିକି ଘନୀଭୂତ ହେଉଛି । କମାଠିପୁରା ଅଞ୍ଚଳର ଅଧିବାସୀ ମାନେ ତାଙ୍କ ଅଞ୍ଚଳର ନାଁ ଥିବା ହେତୁ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି । ଏବେ ଫିଲ୍ମ ଟି ଆହୁରି ଏକ ନୂଆ ବିବାଦ ରେ ଛନ୍ଦି ଯୋଇଯାଇଛି । ଆଲିଆଙ୍କର ଏହି ଫିଲ୍ମ ପାଇଁ ପ୍ରକୃତ ଗଙ୍ଗୁବାଇଙ୍କ ପରିବାର ଆବାଜ ଉଠାଇବା ପରେ କମାଠିପୁରର ଲୋକ ମାନେ ମଧ୍ୟ ତାତି ଉଠିଛନ୍ତି । ଏ ବିବାଦକୁ ନେଇ ସ୍ଥାନୀୟ ବିଧାୟକ ବମ୍ବେ ହାଇକୋର୍ଟରେ ମୋକଦ୍ଦମା ଦାୟର କରିଛନ୍ତି । ତାଙ୍କ କହିବା କଥା ଯେ, ଏହି ଫିଲ୍ମର ପ୍ରଡ୍ୟୁସର ଗଙ୍ଗୁବାଈ କାଠିଆୱାଡି ଫିଲ୍ମରେ କମାଠିପୁରର ନାଁ ବଦଳାଇ ଦିଅନ୍ତୁ । ଏହାଉପରେ ହାଇକୋର୍ଟ ବୁଧବାର ଶୁଣାଣି କରିବେ । ଆଲିଆଭଟ୍ଟଙ୍କ ଏହି ଫିଲ୍ମ ୨୫ ଫେବୃୟାରୀ ରେ ମୁକ୍ତି ଲାଭ କରିବ । ପିଲ୍ମ ରେ ଆଲିଆ ମୁଖ୍ୟ ଭୂମିକା ରେ ଅଭିନୟ କରୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।