You are currently viewing ଦେଶ ପ୍ରତି ମୋର ଭଲାପାଇବା ଅଛି : ଗାୟକ ଜୁବିନ

ଦେଶ ପ୍ରତି ମୋର ଭଲାପାଇବା ଅଛି : ଗାୟକ ଜୁବିନ

ମୁମ୍ବାଇ(୧୨.୯.୨୨) : ପ୍ରସିଦ୍ଧ ଗାୟକ ଜୁବିନ ନୌଟିୟାଲ ବିବାଦରେ ରହିଛନ୍ତି । ବର୍ତ୍ତମାନ ତାଙ୍କୁ ସୋସିଆଲ ମିଡିଆରେ ଗିରଫ କରିବା ପାଇଁ ଦାବି ହୋଇଥିଲା । ସେଥିପାଇଁ ଏବେ ଜୁବିନ୍ ଟ୍ରେଣ୍ଡରେ ଅଛନ୍ତି । ଅନେକ ଉପଭୋକ୍ତା ତାଙ୍କର ଆଗାମୀ କନସର୍ଟର ଏକ ପୋଷ୍ଟ ସେୟାର କରିଥିଲେ । ଯାହାକୁ ନେଇ ବାତାବରଣ ପୂରା ସରଗରମ ହୋଇ ଉଠିଛି । ଉପଭୋକ୍ତାମାନେ ଜୁବିନଙ୍କୁ ଟ୍ୟାଗ୍ କରି ବହୁତ୍ କଥା କହିଥିଲେ । ଏହା ପରେ ଗୁଜବ ବ୍ୟାପିଛି କି ତାଙ୍କର ୟୁଏସ୍ ଟୁର କ୍ୟାନସଲ କରାଯାଇଛି । ଏବେ ଏହିମାମଲା ଜୁବିନ ନୌଟିୟାଲଙ୍କ ପକ୍ଷରୁ ରିଆକ୍ସନ ଆସିଛି । ସେ କହିଛନ୍ତି କି ଗୁଜବ ଉପରେ ଧ୍ୟାନ ନ ଦିଅନ୍ତୁ । ସେ ନିଜ ଦେଶକୁ ବହୁତ୍ ଭଲ ପାଉଛନ୍ତି । ସୋଲିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରାଯାଇଥିଲା । ଯେଉଁଥିରେ ଲେଖାଯାଇଥିଲା ଆମେରିକାରେ ଜୁବିନଙ୍କର ଏକ ଲାଇଭ କନସର୍ଟ ଅନୁଷ୍ଠିତ ହେବ । ଯାହାର ସଂଗଠକ ହେଉଛି ଜୟ ସିଂ । ଯିଏ କି ଭାରତର ଜଣେ ୱାଣ୍ଟେଡ କ୍ରିମିନାଲ । ଯୁଜର ଜୟ ସିଂହଙ୍କ ଉପରେ ଖଲିସ୍ତାନକୁ ସମର୍ଥନ କରିବା ଅଭିଯୋଗ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।