You are currently viewing ଓଟିଟିରେ କରୀନାଙ୍କ ଡେବ୍ୟୁ; ଜାଣନ୍ତୁ, କେଉଁ ଫିଲ୍ମରେ ନଜର ଆସିବେ

ଓଟିଟିରେ କରୀନାଙ୍କ ଡେବ୍ୟୁ; ଜାଣନ୍ତୁ, କେଉଁ ଫିଲ୍ମରେ ନଜର ଆସିବେ

ମୁମ୍ବାଇ (ଏଏନ୍ଏସ୍): ବଡ ପରଦାରେ ଜଲୱା ଦେଖାଇବା ପରେ କରୀନା କପୁର ଖାନ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ‘ଜାନେ ଜାନ’ ସହ ଓଟିଟିରେ ଏଣ୍ଟ୍ରି କରିବେ ବଲିଉଡ୍ ବେବୋ। ଉକ୍ତ ଫିଲ୍ମର ପୋଷ୍ଟର ଏବଂ ଟିଜର ରିଲିଜ ହୋଇଛି। ଏବେ ଜାନେ ଜାନର ଟ୍ରେଲର ରିଲିଜ ହୋଇଛି। ଏଥିରେ କରୀନାଙ୍କ ସହ ବିଜୟ ବର୍ମା ଏବଂ ଜୟଦୀପ ଅହଲବତ ମୁଖ୍ୟ ଭୂମିକାରେ ନଜର ଆସିବେ। ୨.୧୯ ମିନିଟର ଜାନେ ଜାନର ଟ୍ରେଲର କରୀନାଙ୍କଠାରୁ ଆରମ୍ଭ ହେଉଛି।

ତେବେ ଏଥିରେ ମାୟା ଡି’ସୁଜାଙ୍କ ନାଁରେ କରୀନା ଅଭିନୟ କରୁଛନ୍ତି । ଜୟଦୀପ ଶିକ୍ଷକ ଏବଂ ବିଜୟ ବର୍ମା ଧର୍ମେନ୍ଦ୍ରଙ୍କ ଚରିତ୍ର ସହ ଏକ ପୋଲିସ ଅଧିକାରୀ ଚରିତ୍ରରେ ଆସୁଛନ୍ତି । ବିଜୟ ଓ ଜୟଦୀପଙ୍କ ସହ କରୀନା ହଟ୍ ସିନ୍ ଦେଇଛନ୍ତି । ଜାପାନୀ ଲେଖକ କିଗୋ ହିଗାସିନୋଙ୍କ ପୁସ୍ତକର ଡିଭୋସନ ଅଫ୍ ସସପେକ୍ଟ ଏକ୍ସ ଉପରେ ଆଧାରିତ ଜାନେ ଜାନର ପ୍ରଯୋଜିକା ହୋଉଛନ୍ତି ଏକତା କପୁର ଏବଂ ଶୋଭା କପୁର । ନିର୍ଦ୍ଦେଶନା ଦେଇଛନ୍ତି ସୁଜୟ ଘୋଷ। ସେପ୍ଟେମ୍ବର ୨୧ରେ କରୀନାଙ୍କ ଜନ୍ମଦିନରେ ନେଟପ୍ଲିକ୍ସରେ ଏହାର ପ୍ରସାରଣ କରାଯିବ।

ଅନ୍ୟମାନଙ୍କୁ ଜଣାନ୍ତୁ।