You are currently viewing ବକ୍ସ ଅଫିସରେ ଧମାଲ କରୁଛି ପାକିସ୍ତାନୀ ଫିଲ୍ମ

ବକ୍ସ ଅଫିସରେ ଧମାଲ କରୁଛି ପାକିସ୍ତାନୀ ଫିଲ୍ମ

ମୁମ୍ବାଇ (୨୦.୧୦.୨୨) : ପାକିସ୍ତାନୀ ଅଭିନେତା ଫୱାଦ ଖାନ ଏବଂ ମାହିରା ଖାନଙ୍କ ଫିଲ୍ମ ଦି ଲିଜେଣ୍ଡ ଅଫ ମୌଲା ଜଟ ବର୍ତ୍ତମାନ ବକ୍ସ ଅଫିସରେ ରେକର୍ଡ କରୁଛି । ଏହି ଫିଲ୍ମ ଭାରତରେ ମଧ୍ୟ ଖୁବ ଆଲୋଚନା ହେଉଛି । ଏହି ଚଳଚ୍ଚିତ୍ରଟି ବିଲାଲ ଇଶାରାଙ୍କ ନିର୍ଦ୍ଦେଶିତ ୧୯୯୭ ଚଳଚ୍ଚିତ୍ର ମୌଲା ଜାଟର ରିମେକ ଅଟେ ।

ଏହି ଫିଲ୍ମ ପାକିସ୍ତାନ ବାହାରେ ୫୦ ପ୍ରତିଶତରୁ ଅଧିକ ଆୟ କରିଛି । ୨୫ ଦଶନ୍ଧିରେ ୫୦୦ ପରଦାରେ ମୁକ୍ତି ଲାଭ କରିଥିବା ମୌଲା ଜଟ ବିଶ୍ୱ ବକ୍ସ ଅଫିସରେ ସବୁଠାରୁ ବଡ ୱିକେଣ୍ଡ ଓପନର ପାକିସ୍ତାନୀ ଚଳଚ୍ଚିତ୍ର ତାଲିକାରେ ଶୀର୍ଷରେ ରହିଛି ।   

 ଫୱାଦ ଖାନଙ୍କ ଚଳଚ୍ଚିତ୍ର ଓପନିଂ ସପ୍ତାହରେ ୫୧କୋଟି ରେକର୍ଡ ଭାଙ୍ଗିଛି। ଏହା ସହିତ ଏହି ପାକିସ୍ତାନୀ ଚଳଚ୍ଚିତ୍ରରେ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି । ଉଦଘାଟନୀ ସପ୍ତାହରେ ୫୦ କୋଟି ରୋଜଗାର କରିଥିବା ପ୍ରଥମ ପାକିସ୍ତାନୀ ଚଳଚ୍ଚିତ୍ର ହୋଇପାରିଛି। ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଖରାପ ସମ୍ପର୍କ ହେତୁ ଫୱାଦ ଖାନଙ୍କ ଏହି ପ୍ରସିଦ୍ଧ ଚଳଚ୍ଚିତ୍ର ଭାରତର ଗୋଟିଏ ପରଦାରେ ରିଲିଜ ହୋଇନାହିଁ।  

ଅନ୍ୟମାନଙ୍କୁ ଜଣାନ୍ତୁ।