You are currently viewing ମହାକାଳଙ୍କ ଦର୍ଶନ କରିପାରିଲେନି ରଣବୀର-ଆଲିଆ

ମହାକାଳଙ୍କ ଦର୍ଶନ କରିପାରିଲେନି ରଣବୀର-ଆଲିଆ

ଭୋପାଳ(୭.୯.୨୨) : ଶୁକ୍ରବାର ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘ବ୍ରହ୍ମାସ୍ତ୍ର’ । ତେବେ ଏହି ଫିଲ୍ମର ପ୍ରମୋସନ୍ ପାଇଁ ଲାଗିଛନ୍ତି ରଣବୀର ଆଲିଆ । ତେବେ ଫିଲ୍ମଟି ରିଲିଜ୍ ପୂର୍ବରୁ ରଣବୀର କପୁର ଓ ଆଲିଆ ଭଟ୍ଟ ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ବିରୋଦ୍ଧ କରାଯାଇଥିଲା । ଯାହାଫଳରେ ସେମାନେ ଦର୍ଶନ ନ କରି ଫେରିଥିଲେ । ନିକଟରେ ରଣବୀର କପୁର ଗୋ ମାଂସକୁ ନେଇ ଏକ ମନ୍ତବ୍ୟ ଦେଇଥିଲେ । ଯାହାକୁ ମଙ୍ଗଳବାର ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବିରୋଧ ପଦର୍ଶନ କରାଯାଇଥିଲା । ଏହା ପରେ ମହାକାଳଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ରଣବୀର ତାଙ୍କ ପତ୍ନୀଙ୍କ ସହିତ ଯାଇଥିଲେ । ଫିଲ୍ମର ସଫଳତା ପାଇଁ ପ୍ରଡକ୍ସନ ଟିମ୍ ସହିତ ପତି ପତ୍ନୀ ଯାଇଥିଲେ । ତାଙ୍କ ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ମଧ୍ୟ ଥିଲେ । କିନ୍ତୁ ତାଙ୍କୁ ଦେଖି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ବିରୋଧ କରିଥିଲେ । ପୋଲିସ୍ କର୍ମଚାରୀମାନଙ୍କ ହିନ୍ଦୁ ସଙ୍ଗଠନର କର୍ମଚାରୀଙ୍କ ସହିତ ଯୁକ୍ତିତର୍କ ଲାଗି ରହିଥିଲା ଏହା ପରେ ୨ ଘଣ୍ଟା ମନ୍ଦିରଚାରି ପଟେ ହଙ୍ଗାମ ଲାଗି ରହିଥିଲା । ବିକ୍ଷେଭ କାରୀମାନେ କଳାପତାକା ଧରି ପଦର୍ଶନ କରିଥିଲେ । ଏହା ସହିତ ସୀତାରାମ୍ ସ୍ଲୋଗାନ ଦେଇଥିଲେ । ଚଳଚ୍ଚିତ୍ରର ପ୍ରଡକ୍ସନ ଟିମ୍ ଏବଂ ଆୟାନ ମୁଖାର୍ଜୀ ମନ୍ଦିର ଭିତରକୁ ଯାଇଥିଲେ ଏବଂ ଦର୍ଶନ ମଧ୍ୟ କରିଥିଲେ । କିନ୍ତୁ ରଣବୀର ଆଲିଆ ଭିତରକୁ ଯାଇପାରି ନଥିଲେ । ବଜରଙ୍ଗ ଦଳର କହିବା ଅନୁସାରେ କିଛି ଦିନ ତଳେ ରଣବୀର ସ୍ୱିକାର କରିଥିଲେ ଗୋ ମାଂସ ଖାଉଛନ୍ତି । ଏ ଭଳି ସ୍ଥିତିରେ ସେମାନେ କିପରି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।