You are currently viewing ହଲିଉଡରେ ଏଣ୍ଟ୍ରି କରିବେ ରଣବୀର କପୁର

ହଲିଉଡରେ ଏଣ୍ଟ୍ରି କରିବେ ରଣବୀର କପୁର

ମୁମ୍ବାଇ (୮.୧୨.୨୨) : ହିନ୍ଦୀ ସିନେମାର ସୁପରଷ୍ଟାର ରଣବୀର କପୁର ଚଳିତ ବର୍ଷ ‘ବ୍ରହ୍ମୋସ୍ତ୍ର’ ଏବଂ ‘ଶ୍ୟାମେଶରା’ ପାଇଁ ଚର୍ଚ୍ଚାରେ ଥିଲେ । ୪ ବର୍ଷ ପରେ ‘ଶ୍ୟାମେଶରା’ ମାଧ୍ୟମରେ ବଡ ପରଦାକୁ ଫେରିଛନ୍ତି । ଏହା ବ୍ୟତିତ ‘ବ୍ରହ୍ମସ୍ତ୍ର’ ଏ ବର୍ଷର ସବୁଠାରୁ ହିଟ ବୋଲି ପ୍ରମାଣିତ ହୋଇଛି । ନିକଟରେ ରଣବୀର କପୁର ସାଉଦିଆରବରେ ହିଟ ବୋଲି ପ୍ରମାଣିତ ହୋଇଛନ୍ତି । ସେ ରେଡ ସି ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହୋଇଥିଲେ । ଏହି ସମୟରେ ସେ ତାଙ୍କର ହଲିଉଡ ଡେବ୍ୟୁ ବିଷୟରେ କହିଥିଲେ । ରେଡ ସି ଇଣ୍ଟନ୍ୟାସନାଲ ମହୋତ୍ସବରେ ରଣବୀରଙ୍କ ଉପସ୍ଥିତିରେ ଅନେକ ଆଲୋଚନା ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।