You are currently viewing ଆଇପିଏଲ ଟିମ୍ କିଣିବେ ରଣବୀର-ଦୀପିକା ! 

ଆଇପିଏଲ ଟିମ୍ କିଣିବେ ରଣବୀର-ଦୀପିକା ! 

ନୂଆଦିଲ୍ଲୀ-୨୨.୧୦.୨୦୨୧,  ଆଇପିଏଲର ୨୦୨୨ ସଂସ୍କରଣରେ ୧୦ଟି ଟିମ୍ ଖେଳିବେ । ବର୍ତମାନ ଆଇପିଏଲରେ ୮ଟି ଟିମ୍ ଥିବାବେଳେ ଆଗାମୀ ସଂସ୍କରଣରେ ଆଉ  ଦୁଇଟି ନୂଆ ଫ୍ରାଞ୍ଚାଇଜ୍ ଆଇପିଏଲରେ ସାମିଲ ହେବେ । ତେବେ ଆଇପିଏଲ ଟିମ୍ କିଣିବାକୁ ଅନେକ ବଡ ବଡ ବ୍ୟକ୍ତି ଇଛୁକ ଥିବା ଖବର ଆସୁଛି । 
ତେବେ  ବଲିଉଡ୍ ଅଭିନେତା ରଣବୀର ସିଂହ ଓ ଦୀପିକା ପାଦୁକୋନ ଆଇପିଏଲ ଟିମ୍ କିଣିବାକୁ ମଧ୍ୟ  ଆଗ୍ରହୀ ଅଛନ୍ତି । ଏକ ରିପୋର୍ଟ ମୁତାବକ, ଆଗାମୀ ବର୍ଷ ‌ହେବାକୁ ଥିବା ଆଇପିଏଲରେ ଏହି ଯୋଡ଼ି ନିଜର ଆଇପିଏଲ ଟିମ ଲଞ୍ଚ କରିବାକୁ ଯାଉଛନ୍ତି।
ଏହି ବଲିଉଡ୍ ଅଭିନେତାଙ୍କ ଆଗରୁ ଅନେକ ସିନେମା ଅଭିନେତା ଓ ଅଭିନେତ୍ରୀ କ୍ରିକେଟ ଟିମ କିଣିଛନ୍ତି ।  ଚାୱଲା, ଶାହାରୁଖ ଖାନ ଓ ପ୍ରୀତି ଜିଣ୍ଟା ଭଳି ଷ୍ଟାର୍ସ ସାମିଲ ରହିଛନ୍ତି।

ନୂଆ ଟିମକୁ କିଣିବା ପାଇଁ ବଡ଼ବଡ଼ ହସ୍ତି ସାମ୍ନାକୁ ଆସିଛନ୍ତି।  ଅଦାନୀ ଓ ଆରପି ସଞ୍ଜିବ ଗୋଏନକା ଗ୍ରୁପ ନୂଆ ଦଳ କିଣିବା ରେସରେ ଅଛନ୍ତି ।  ଇଂଲଣ୍ଡ ଫୁଟବଲ କ୍ଲବ୍ ମାଞ୍ଚେଷ୍ଟର ୟୁନାଇଟେଡ୍ ମଧ୍ୟ ଆଇପିଏଲ ନୂଆ ଟିମ୍ ପାଇଁ ନିଲାମରେ ଭାଗ ନେବ ବୋଲି ସୂଚନା ମିଳିଛି । ସେହିପରି ଜିନ୍ଦଲ ଗ୍ରୁପର ନବୀନ ଜିନ୍ଦଲ କଟକ ଫ୍ରାଞ୍ଚାଇଜି କିଣିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।