You are currently viewing ‘ଦି ହ୍ୱିଲ୍ ଅଫ୍ ଟାଇମ୍‌’ ରେ ନଜର ଆସିବେ ରଣଭୀର ସିଂହ

‘ଦି ହ୍ୱିଲ୍ ଅଫ୍ ଟାଇମ୍‌’ ରେ ନଜର ଆସିବେ ରଣଭୀର ସିଂହ

ନୂଆଦିଲ୍ଲୀ ୦୫/୦୧: ବଲିଉଡ ଇଣ୍ଡଷ୍ଟ୍ରିରେ ରଣଭୀର ସିଂହ ଜଣେ ଶ୍ରେଷ୍ଠ ଅଭିନେତା ।ସେ ପ୍ରତ୍ୟେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟରେ ପ୍ରଶଂସକମାନଙ୍କୁ ଖୁସି କରିଥାନ୍ତି । ନିକଟରେ ତାଙ୍କର ଚଳଚ୍ଚିତ୍ର ‘୮୩’ ରିଲିଜ ହୋଇଥିଲା, ଯାହା ଅଧିକ ରୋଜଗାର କରିନଥିଲା କିନ୍ତୁ ଏହି ଚଳଚ୍ଚିତ୍ରରେ ରଣଭୀରଙ୍କ ଅଭିନୟକୁ ସମାଲୋଚକ ସହ ପ୍ରଂଶସକ ମାନେ  ପସନ୍ଦ କରିଛନ୍ତି । ରଣଭୀର ସିଂହ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖିବା ପରେ ଜଣାପଡୁଛିଯେ  ସେ  ବଲିଉଡ ପରେ OTT ଦୁନିଆରେ ପାଦ ଦେବାକୁ ଯାଉଛନ୍ତି। ଆମାଜନ ପ୍ରାଇମର ଏପିକ୍  କଳ୍ପନା ଟିଭି ଧାରାବାହିକ ‘ଦି ହ୍ୱିଲ୍ ଅଫ୍ ଟାଇମ୍’ର ଏକ ଅଂଶ ହେବାକୁ ଯାଉଛନ୍ତି। ଏହି ଧାରାବାହିକରେ ରଣଭୀରଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିବ ।

ବାସ୍ତବରେ ରଣଭୀର ସିଂହ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ପ୍ରଥମେ ଘରେ ଟିଭି ଦେଖୁଥିବାର ଦେଖାଯାଉଛି ଏବଂ ଏହା ପରେ ସେ ଏକ ଭିନ୍ନ ଅବତାର ଦେଖିବାକୁ ଯାଉଛନ୍ତି । ଏହି ସମୟରେ ସେ ନିଜକୁ ରଣଭୀର ନୁହେଁ ବରଂ  ‘ଲନ୍-ଭୀର’ ବୋଲି କହିଛନ୍ତି । କେବଳ ଏତିକି ନୁହେଁ, ସେ ସିରିଜରେ ତାଙ୍କର ଲୁକ୍ ମଧ୍ୟ ଦେଖାଇଛନ୍ତି , ଯାହା ସମ୍ପୂର୍ଣ୍ଣ ଭିନ୍ନ ଅଟେ ।ସେ ‘ ଦି ହ୍ୱିଲ୍ ଅଫ୍ ଟାଇମ୍‌’ର ଚରିତ୍ର ପରି ଠିକ୍ ଦେଖାଯାଉଛନ୍ତି ।ଅଭିନେତାଙ୍କ ଏହି ଭିଡିଓରୁ ଅନୁମାନ କରାଯାଉଛି ଯେ ସେ “ଦି ହ୍ୱିଲ୍ ଅଫ୍ ଟାଇମ୍‌’ର ଦ୍ୱିତୀୟ ସିଜିନର ଅଂଶ ହେବେ ।

ସୂଚନା ଅନୁଯାୟୀ ‘ଦି ହ୍ୱିଲ୍ ଅଫ୍ ଟାଇମ୍‌’ର ଦ୍ୱିତୀୟ ସିଜିନର ସୁଟିଂ ଶେଷ ହୋଇସାରିଛି କିନ୍ତୁ ଆମାଜନର ଆଗାମୀ ଫିଲ୍ମ’ ଲର୍ଡ ଅଫ୍ ଦି ରିଙ୍ଗ ‘ହେତୁ ଏହା  ବିଳମ୍ବରେ ରିଲିଜ ହେବ । ରିପୋର୍ଟ ଅନୁଯାୟୀ, ନିର୍ମାତାମାନେ ବର୍ତ୍ତମାନ ‘ହ୍ୱିଲ୍ ଅଫ୍ ଟାଇମ୍’ ସିଜନ୍ ୨ ର କିଛି ଏପିସୋଡ୍ ଏଡିଟ୍ କରିବା ପାଇଁ କାମ କରୁଛନ୍ତି, ଯେଉଁଥିରୁ ଅନୁମାନ କରାଯାଉଛି ସିଜନ୍ ୨ ଶୀଘ୍ର ରିଲିଜ ହେବ ।

ରଣଭୀର ସିଂହ  କାର୍ଯ୍ୟ  ବିଷୟରେ କହିବାକୁ ଗଲେ ନିକଟରେ ତାଙ୍କ ଫିଲ୍ମ ‘୮୩’ ରିଲିଜ ହୋଇଛି।   ଏହା ବ୍ୟତୀତ ରଣଭୀର ସିଂ କରଣ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନି’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ସହ ତାଙ୍କୁ ‘ସର୍କସ୍ ” ଏବଂ ‘ଜୟଶଭାଇ ଯୋରଦାର ‘ ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।

ଅନ୍ୟମାନଙ୍କୁ ଜଣାନ୍ତୁ।