You are currently viewing ବିବାଦରେ ରଣଭୀର ସିଂଙ୍କ ଅଭିନୀତ ଚଳଚ୍ଚିତ୍ର ‘୮୩’, ନିର୍ମାତାଙ୍କ ବିରୋଧରେ ଠକେଇ ମାମଲା ରୁଜୁ

ବିବାଦରେ ରଣଭୀର ସିଂଙ୍କ ଅଭିନୀତ ଚଳଚ୍ଚିତ୍ର ‘୮୩’, ନିର୍ମାତାଙ୍କ ବିରୋଧରେ ଠକେଇ ମାମଲା ରୁଜୁ

ମୁମ୍ବାଇ ୧୦/୧୨: ବିବାଦ ସହ ଯୋଡି ହେଲା  ରଣଭୀର ସିଂଙ୍କ ଆଗାମୀ ଚଳଚ୍ଚିତ୍ର ‘୮୩’ । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଫାଇନାନ୍ସ କମ୍ପାନୀ ଅନ୍ଧେରୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛି। ଅଭିଯୋଗ ଅନୁଯାୟୀ, ଫ୍ୟୁଚର ରିସୋର୍ସ FZE ଚଳଚ୍ଚିତ୍ର ଉତ୍ପାଦନ ପ୍ରକ୍ରିୟାରେ ସେମାନଙ୍କୁ ଷଡଯନ୍ତ୍ର କରି ଠକେଇ କରିଥିବା ଅଭିଯୋଗ ହୋଇଛି। ଭାରତୀୟ ପେନାଲ କୋଡର ଧାରା ୪୦୬, ୪୨୦ ଏବଂ ୧୨୦ ବି ଅନୁଯାୟୀ ଫିଲ୍ମ ନିର୍ମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଏହି ପ୍ରସଙ୍ଗରେ, ଫ୍ୟୁଚର ରିସୋର୍ସ FZE ଅଭିଯୋଗ କରିଛି ଯେ ଭିବ୍ରି ମିଡିଆର ନିର୍ଦ୍ଦେଶକମାନେ ସେମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇଛନ୍ତି ଏବଂ ସେମାନଙ୍କୁ ୧୫୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରବର୍ତ୍ତାଉଛନ୍ତି। ତେବେ ବର୍ତ୍ତମାନ ଏହି ମାମଲାର ଶୀଘ୍ର ଶୁଣାଣି କରାଯିବ।

ସୂଚନା ଅନୁଯାୟୀ ଫିଲ୍ମ ୮୩ ର ଟ୍ରେଲର ରିଲିଜ ହୋଇସାରିଛି । ଯେଉଁଥିରେ ୧୯୮୩ ବିଶ୍ୱକପର ଉଦଘାଟନୀ ରାଉଣ୍ଡରେ  ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା କିନ୍ତୁ କପିଲ ଦେବ ପୁରା ଖେଳକୁ କିପରି  ବଦଳାଇ ଦେଇଛନ୍ତି ।  ୮୩ ବିଶ୍ୱକପ ଉପରେ ଆଧାର କରି ଏହି ଚଳଚ୍ଚିତ୍ରଟି ପୂର୍ବତନ କ୍ରିକେଟର ତଥା ଟିମ୍ ଇଣ୍ଡିଆର ଅଧିନାୟକ କପିଲ ଦେବଙ୍କ ନେତୃତ୍ୱରେ କିପରି ଦେଶ ପ୍ରଥମ ବିଶ୍ୱକପ୍ ଜିତିଥିଲା ତାହା ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ରଣଭୀର ସିଂଙ୍କ ସହ ପଙ୍କଜ ତ୍ରିପାଠୀ, ବୋମାନ ଇରାନୀ ଏବଂ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ଟ୍ରେଲର ୭୫ ମିଲିୟନରୁ ଅଧିକ ଭ୍ୟୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।