nayanthara.

ପ୍ରଭୁ ରାମଙ୍କୁ ମାଂସାହାରୀ କହି ବିବାଦରେ ଫିଲ୍ମ ‘ଅନ୍ନପୂର୍ଣ୍ଣି’ 

ବିବାଦରେ ଦକ୍ଷିଣଭାରତ ସିନେମା ଫିଲ୍ମ ‘ଅନ୍ନପୂର୍ଣ୍ଣି’ । ଓଟିଟି ପ୍ଲାଟଫର୍ମରେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ନୟନତାରା ଅଭିନୀତ ଏହି ଫିଲ୍ମର ଏକ ଦୃଶ୍ୟକୁ ନେଇ ବଡ଼ ବିବାଦ ଛିଡ଼ା ହୋଇଛି । ଭଗବାନ ରାମଙ୍କୁ ମାଂସାହାରୀ ବୋଲି ଏହି ଫିଲ୍ମର ଏକ ଦୃଶ୍ୟରେ ଦର୍ଶାଯାଇଛି । ଭଗବାନ ରାମ, ସୀତା ଓ ଲକ୍ଷ୍ମଣ ବନବାସ ବେଳେ ପଶୁ ମାଂସ ରୋଷେଇ କରି ଖାଉଥିଲେ ବୋଲି ଫିଲ୍ମର ଅଭିନେତା ଜୟ ସମ୍ପତ କହିଛନ୍ତି । ସୋସିଆଲ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ବିରୋଧରେ ଲୋକମାନେ ଅନେକ ମନ୍ତବ୍ୟ ଦେଇଥିଲେ।  ଏନେଇ ବର୍ତ୍ତମାନ ହିନ୍ଦୁମାନଙ୍କ ବିଶ୍ୱାସକୁ ଦୃଷ୍ଟିରେ ରଖି ଏହି ଚଳଚ୍ଚିତ୍ରକୁ OTT ପ୍ଲାଟଫର୍ମରୁ ହଟାଇ ଦିଆଯାଇଥିବା ଜଣାପଡି଼ଛି। 

annapooraniଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ହିନ୍ଦୁ ସଂଗଠନ ପକ୍ଷରୁ ଫିଲ୍ମକୁ ନେଇ ଏତଲା ଦିଆଯାଉଥିବା ଦେଖିବାକୁ ମିଳିଛି । ନିକଟରେ ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀର ଜିତେନ୍ଦ୍ର ଅହୱାଦ, ଶ୍ରୀରାମଙ୍କୁ ନନ୍-ଭେଜିଟେରିଆନ୍ ବା ଆମିଷ ଖାଉଥିବା କହି ବିବାଦ ଭିତରକୁ ଟାଣି ହୋଇଥିଲେ । ଅନ୍ୟପଟେ ଜବଲପୁର ଓ ମହାରାଷ୍ଟ୍ରରରେ ଫିଲ୍ମର ନାୟିକା ନୟନତାରା, ପ୍ରଯୋଜକ ନାଁରେ ମାମଲା ରୁଜୁ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।